Unknown

 

 

 

 

 

 

 

 

 

ଅବନା ରସତରଙ୍ଗ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

 

ପ୍ରଥମ ଛାନ୍ଦ

ରାଗ-ମାଳବ

 

 

ଜୟ ଭକତବତ୍ସଳ ଜଗତ ଇଶ୍ୱର

 

ଦରଶନ ନନ୍ଦନ ବନ୍ଦନ ଜନଙ୍କର ।

(୧)

 

 

ବରଧନ ଅନନ୍ତ ଯଶ ଏ ଜଗତର

 

କର ଧନ ଅନନ୍ତ ସହଜ ଭକତର ।

(୨)

 

 

ରକ୍ଷ ଚକ୍ରଧର କର ସକଳ ସମୟ

 

ରକ୍ଷଚକ୍ର ଦରକର ନବ ରସମୟ ।

(୩)

 

 

ଲକ୍ଷଣବନ୍ତ ଅଲକ୍ଷ ଲପନ ସହଜ

 

ସକଳ ଲକ୍ଷଣବନ୍ତ ଲକ୍ଷ୍ମଣ ଅଗ୍ରଜ ।

(୪)

 

 

ଧର୍ମବନ୍ତ ବରମଖ ରକ୍ଷଣ ତତ୍ପର

 

ଇନ୍ଦ୍ରପଦ ବହ ତପସ୍କର ସଙ୍ଗତର ।

(୫)

 

 

ବଡ ଦମ୍ଭପଣ ହତ କର ରକ୍ଷ ଗଣ

 

ଅଶରଣ ଶରଣ ଅମର ପ୍ରବରଣ ।

(୬)

 

 

ଅକଥନ କର୍ମ କର ପଦ ସ୍ପରଶର

 

ନବ ଅବୟନ୍ତ ହୋଇଥିବାର ପଥର ।

(୭)

 

 

ନଦ ତରଣର କଇବର୍ତ୍ତ ଅଘହର

 

ଜନକ ଜନପଦ ଗମନ ତତପର ।

(୮)

 

 

କର କଷ କରକଶ ବଶର ପ୍ରଭବ

 

ଖଣ୍ଡନ ଏରଣ୍ଡ ଦଣ୍ଡବତ ଅଜଗବ ।

(୯)

 

 

ଉପଯମ ବଶବଡ ମଙ୍ଗଳ ସର୍ଜନ

 

ଜନକ ନବର ବର ପଦ ସରଞ୍ଜନ ।

(୧୦)

 

 

ସତ୍ୱର ମଣ୍ଡନ କର ସର୍ବ ଗର୍ବ ହର

 

ପରମରମ୍ୟ ବର୍ଦ୍ଧନ ଲବ ଲବ କର ।

(୧୧)

 

 

ସ୍ୱବଳସହ ଗମନ କରଣ, ପଥର

 

ସହସ୍ର କର କ୍ଷୟକ ଗରବ ଅନ୍ତର ।

(୧୨)

 

 

ସଦ୍ମବନ୍ତ ରହଃସ୍ଥଳ କଳତ୍ରର ସଙ୍ଗ

 

ନବ ନବ ରସ ରତ ନବରତରଙ୍ଗ ।

(୧୩)

 

 

ଶମଲବଧର ସମ୍ବତ୍ସର ଦ୍ୱୟଗତ

 

ଅମର ଶରଣ ଭୟଚୟ କ୍ଷୟଅର୍ଥ ।

(୧୪)

 

 

ସତ୍ୟସନ୍ଧ ମଣ୍ଡନ ଜନକ ବଚସ୍କର

 

ଜଟା ବଳକଳପଟବହ ବନଚର ।

(୧୫)

 

 

ଲକ୍ଷଣଶଙ୍କର ଧରଶବ୍ଦବହ ସଙ୍ଗ

 

ଛଦନ ସଦନର ରଚନ ରସରଙ୍ଗ ।

(୧୬)

 

 

ଅକପଟ ବଡପଣ ସମ୍ପଦ ଅବଶ

 

ସମର୍ପଣ କଟକ ଭରତ ସମଯଶ ।

(୧୭)

 

 

ବନଭବନଜନର ମନର ଭରମ

 

ଅବୟବଅନ୍ତ ଏମଦନ ବର ରମ୍ୟ ।

(୧୮)

 

 

ମହତ୍ତମ ସମର୍ପଣ କଳମଷ ହର

 

ଦଣ୍ଡକଗତ ଦଣ୍ଡକ ପଥ ଅଶ୍ରପର ।

(୧୯)

 

 

ଅଭୟପଞ୍ଜର ତବ ଉଭୟ ଅନ୍ତର

 

ରସ ବର୍ଣ୍ଣନର, ମମ ମନ ତପତର ।

(୨୦)

 

 

ସଦୟ କର ସଦୟ ଅର୍ଣ୍ଣନ ବହନ

 

କର ଉତ୍ତମ ରସଜ୍ଞ ଜନ ତନମନ ।

(୨୧)

 

 

ନଭସଦ ଉରଗ ନର ଦରପ ହର

 

କନକ ନଗରଈଶ ଦଶବଦନର ।

(୨୨)

 

 

ଏକ ଉଦର ଜନନ ଗନ୍ଧଗ୍ରହ କର୍ଣ୍ଣ

 

ଖଣ୍ଡନ ଦଣ୍ଡ ଦର୍ଶନ କ୍ଷଣ ଛନ ଛନ ।

(୨୩)

 

 

ଖର ଖର ଦହନ ଗହନ ମଧ୍ୟଗତ

 

ଦଶକନ୍ଧର ଲବଧ ଏମନ୍ତ ଉଦର ।

(୨୪)

 

 

ଦଣ୍ଡକଅରଣ୍ୟ ଗତ ଏମନ୍ତ ଲମ୍ପଟ

 

ରକ୍ଷ ଜଣଙ୍କ ରତନ ଏଣକ କପଟ ।

(୨୫)

 

 

ତତକ୍ଷଣ କନକ କମଳର ଇକ୍ଷଣ

 

ଅଙ୍ଗଣ ସ୍ୱର୍ଣ୍ଣନଗ ସର ସମ ଉଟଜ ।

(୨୬)

 

 

ଲଙ୍ଗଳ ଅଗ୍ରଶବଦଧରଣ ଅଗ୍ରତ

 

ଝଟ ଝଟ ଚହଟ ଚଳ ଅନବରତ ।

(୨୭)

 

 

ଦଶ ଦରଶନ କ୍ଷଣ ଦଇବର ବଳ

 

ଧବ ଅଗ୍ରତ ଏସନ କଥନ ଚପଳ ।

(୨୮)

 

 

ଉଠ ଈଶ ସନ୍ଧ ଶର ବଧ ଏ ଚମର

 

ବର କବର ଗର୍ଭକ ଅର୍ଥ ଦତ୍ତ କର ।

(୨୯)

 

 

ନଚବର ବଚବଶ ସ୍ୱଜନର ବତ

 

ଖରପର ଗମନ କରଣ ସମମତ ।

(୩୦)

 

 

ପବନରଥ ଚତ୍ୱର ଅନ୍ତର ସତ୍ୱର

 

ଚରମ ଗତ ଅନନ୍ତ ପ୍ରହରକ ଶର ।

(୩୧)

 

 

ମରଣର ବଶ କର ଅମଙ୍ଗଳ ସ୍ୱର

 

ଶ୍ରବଣ ପର୍ଣ୍ଣସଦନ ଦ୍ୱୟ ଜନଙ୍କର ।

(୩୨)

 

 

ଗମନ ଉଦ୍ୟମ ଲକ୍ଷ୍ମଣର ଅଦର୍ଶନ

 

ଉଷଣ ପଦବହକ କଥନ ଏସନ ।

(୩୩)

 

 

ରଖ ଲକ୍ଷ୍ମଣ ଶବଦ ଶ୍ରବଣ ସହଜ

 

ନ କର ତ ଗମନ ଭରତ ଅବରଜ ।

(୩୪)

 

 

ମମ ବଲ୍ଳଭର ସହ କପଟ ଗମନ

 

ଭରତ କଳତ୍ର କରଣର ତବ ମନ ।

(୩୫)

 

 

ଅନ୍ତସକରଣ ଗତ ଭାଲ୍ଳ ଏ ବଚନ

 

ଅମରଷବଶ ଗତ ଚମ୍ପକବଚନ ।

(୩୬)

 

 

ଏସମୟ ଦଶକନ୍ଧ କପଟ ତପସ

 

ରଚନ ମନରଞ୍ଜନ ବଚନ ରହସ ।

(୩୭)

 

 

ଅସମମତର ତରତର ବଳକର

 

ତମ ଦରଷଣ ବତ ହର ଶଶଧର ।

(୩୮)

 

 

ମର୍ତ୍ତ୍ୟଭବ ବନଜ ଭବନ ଜନ ସତ

 

ନୟନ ଲପନ କର ପଦ ତଦବତ ।

(୩୯)

 

 

ଉନ୍ନତ ଉରଜ କଢ ଉଦରର ଛନ୍ନ

 

ଲଙ୍କଈଶ ପ୍ରଭଞ୍ଜନ ବତ ସକମ୍ପନ ।

(୪୦)

 

 

ଜନକ ଆପଣ ତପ ଅର୍ଜନ କନକ

 

କମଳଭବ ରଚନ ଉତ୍ତମ ପଦକ ।

(୪୧)

 

 

ମହତ ନରବରକ ବକ୍ଷର ମଣ୍ଡନ

 

କର୍ମ ମଦ୍ୟପ ତସ୍କର କରର ପତନ ।

(୪୨)

 

 

ରଥଗତ କ୍ଷଣ ଘନ ସମୟର ସମ

 

ନୟନ ଜଳଦ ଗଣ୍ଡସ୍ଥଳ କରଦମ ।

(୪୩)

 

 

ନଦଜନମ ମଜ୍ଜ ଦ୍ୱୟ ସ୍ତନତଟ

 

ଗନ୍ଧଗ୍ରହ ପବନ ପ୍ରଖର ପରକଟ ।

(୪୪)

 

 

କଳକଣ୍ଠ କଣ୍ଠବନ୍ଦ ତମସ ଜଗତ

 

ଅଦରଶନ ଧବଳକର ହସ ସତ ।

(୪୫)

 

 

ପତନ କଷ୍ଟ ଚଡକ ଦମ୍ଭଦର ପର

 

ଉଚ୍ଚରବ ଷଡକ ଶବଦ କର କର ।

(୪୬)

 

 

ଅସ୍ରପଇନ୍ଦ୍ର ଶବର ବନଗତ ମତ

 

ଖଗବର ତନୟ ସରଭ ଉପଗତ ।

(୪୭)

 

 

ଜୟ ସରଥ ଭକ୍ଷଣ ସମୟ ବମନ

 

ହସ୍ତଗତ ଖଡଗର ତଷଣ ହନନ୍ ।

(୪୮)

 

 

ପତଙ୍ଗ ବତ ସ୍ୟନ୍ଦନ ଗମନ ଗଗନ

 

ଧରଦନ୍ତ ପତସ୍ଥ ପବଗ ପଞ୍ଚଜନ ।

(୪୯)

 

 

ଦରଶନ ବଲ୍ଳଭ ଯଶ ପ୍ରକଟକ

 

ପତନକର ବସନ ରତନ କଟକ ।

(୫୦)

 

 

ଅର୍ଣ୍ଣବ ମଧ୍ୟ ନଗର ଉପବନ ସ୍ଥଳ

 

ରକ୍ଷ ସଉଦ ସଦନ ମଧ୍ୟଗତ ଖଳ ।

(୫୧)

 

 

ସହସ୍ର ନୟନ ଦତ୍ତ ଅମରଅଶନ

 

ତତକ୍ଷଣ ସପ୍ରସନ୍ନ ସକଳ କଥନ ।

(୫୨)

 

 

ନମ ଲପନ ଏକତ ଗଣ୍ଡ ଖଣ୍ଡ କର

 

ସକଳ ଲକ୍ଷଣ ଉପସ୍ଥଳ ଜର ଜର ।

(୫୩)

 

 

ବଲ୍ଳଭ ଜପ ରସଜ କର ପଲ୍ଳବର

 

ଏସନ କରଣ ସହ ସମ୍ପଦର ଘର ।

(୫୪)

 

 

ଉପଇନ୍ଦ୍ର କରଇ ସହସ୍ର ଦଣ୍ଡବତ

 

ଜନମ ଜନମ କର ତବର ଭକତ ।

(୫୫)

 

ଦ୍ୱିତୀୟ ଛାନ୍ଦ

ରାଗ-ବିରାଡି

 

 

ଏ ଅନନ୍ତ ରସ କର ଶ୍ରବଣ ସଜ୍ଜନ

 

ଏଣ ହତ କ୍ଷଣ, ଗତ ବସନ୍ତ ବସନ ।

(୧)

 

 

ଛଦନ ସଦନ ଅପ୍ରସନ ଦରଶନ

 

ଦମ ଦମ ବତ୍ସ ସ୍ୱଚ୍ଛ ମନ ଛନ ଛନ ।

(୨)

 

 

ଉଚ୍ଚ ବଚ ରଚନ ଉଦକ କର ଦତ୍ତ

 

ରଚ ଚକ ଯତନ, ରତନ ଏଣ ହତ ।

(୩)

 

 

ଧନ ଅଜନ ବହନ ଏ ମଉନ ବହ

 

କହ କହ ବଚନ ଉଚ୍ଛନ୍ନ ଦହ, ଦହ ।

(୪)

 

 

ତବଦ ଏ ଶବଦ ଅଶ୍ରବଣର ଘନ

 

ସଦନ ଗମନ, କମ୍ପବହ ଅପଘନ ।

(୫)

 

 

ଅଦରଶନ ବଶର ସତ ସ୍ତମ୍ଭଭର

 

ଜଳ କରକ ଅନଳ ମଧ୍ୟ ଦତ୍ତକର ।

(୬)

 

 

ଧନ ଧନ ଉଚ୍ଚ ସ୍ୱନ କର ଘନ ଘନ

 

ଶତଦଳ ଦଳନ ନୟନ ଥନ ଥନ ।

(୭)

 

 

କଥନ ମମ ହରଷ ମଥନ ନ କର

 

ଘଟ ଉପର ଲଟ ଏ, ହଟ ହର ହର ।

(୮)

 

 

ନରଇନ୍ଦ୍ର ପଦ ଧନ ସମ୍ପଦ ତ୍ୟକତ

 

ବନଗତ ତବ ଅନ୍ତର ଅସନମତ ।

(୯)

 

 

ଏ ଢଙ୍ଗ ବଶକ ଭାବ ଜଗତର ଉନ

 

ତବ ରସଜ୍ଞ ଉତ୍ତମ କର ବନ ମନ ।

(୧୦)

 

 

ନୟନ ସଙ୍ଗ ନୟନ ଚଳନ ଚହଟ

 

ହସ ହସ ପ୍ରସନ୍ନ ବଦନ ଝଟ ଝଟ ।

(୧୧)

 

 

ସଦନ କରଇ ମନ ଧନ ସ୍ପରଶର

 

ମମ ଅନ୍ତର ଧରମ ଅଗ୍ୟମ ବନର ।

(୧୨)

 

 

ନବ ସଙ୍ଗମ ସମୟ ସତ୍ୟ ଲୟ କର

 

ତବମନ ଶରଣଉଦ୍ଧର ନ ଉଦ୍ଧର ।

(୧୩)

 

 

ପଦ ଅଳକ୍ତ ତର ରଞ୍ଜନକର ଜନ

 

ଅମରକ୍ଷ ଅରହଣ କର ତବ ମନ ।

(୧୪)

 

 

ଅସମକଳମ୍ବ ଭସ୍ମ ନ ଧର ଏ ମଦ

 

ବଡ ଭୟଦ ଅନଙ୍ଗ ମନମଥ ପଦ ।

(୧୫)

 

 

ଦର ବଣ ହର ଅଙ୍ଗ ତପଭଙ୍ଗ

 

ତବ ନବବୟ ଜନ ଭଲ ଏ ପ୍ରସଙ୍ଗ ।

(୧୬)

 

 

ମନ୍ଦଉଦର କର୍କଶ ଉରଜ ସଙ୍ଗମ

 

କରଇ କଷଣ ହସ କପଟ ଜନମ ।

(୧୭)

 

 

ଖଳବଶ ଯଶକ୍ଷୟ ଉତ୍ତମ ଜନର

 

ଲବକ କଳପ ସମ ଅଦୟ ନ ଧର ।

(୧୮)

 

 

ଏସମୟ ପରଭୃତ ରବକ ନଗ୍ରର

 

ପଞ୍ଚମ ସ୍ୱରର ସଙ୍ଗ ପଣ୍ଟ-ଶର-ଶର ।

(୧୯)

 

 

ଧନ ଗମନ କରଇ ଭରମ ଏସନ

 

ଧରମ ରଖ, ଧରମ ରଖ, ଏ ଭଜନ ।

(୨୦)

 

 

ପର୍ଣ୍ଣଘର ଅନ୍ତର ଚଳନ ନଗତଳ

 

କଳକଣ୍ଠ ଗତକ୍ଷଣ କଥନ ଚଞ୍ଚଳ ।

(୨୧)

 

 

ଅଛ, ଗଛ ପ୍ରକାର ନ ଗଛ ଅନ୍ୟ ସ୍ଥଳ

 

ଧନ ଗତ ପଥ କଥନ କର ମଞ୍ଚଳ ।

(୨୨)

 

 

ଚମ୍ପକ, କଦମ୍ବ ରମ୍ୟ କରତ ପ୍ରକଟ

 

ଚମକ କଦମ୍ବ ରମ୍ୟ ରଚନ କପଟ ।

(୨୩)

 

 

ଚନ୍ଦ୍ର ଚନ୍ଦନ ତଗର କହ ତତପର

 

ଚନ୍ଦ୍ର ଚନ୍ଦନ ତଗର କରଇ ଅନ୍ତର ।

(୨୪)

 

 

ମଦନ କନକ ରଥ କହ କହ ସତ

 

ମଦନ କନକ ରଥ ଜଳ ବଶଗତ ।

(୨୫)

 

 

ଧବ ଅଭୟ କରକ କହ ଫଳ ଅର୍ଥ

 

ଧବ ଅଭୟ କରକ ଗମନ ଏ ପଥ ।

(୨୬)

 

 

କହ ଭକ୍ଷଣ ଉଦ୍ୟମ ସରଳ ଅସନ

 

ଗରମ ସମ ତରଳ ସରଳ ଅଶନ ।

(୨୭)

 

 

ବରଷ ସର୍ବ ସମୟ ସହଜ ପର୍ବତ

 

ନ କହତି ଉଦନ୍ତ ସହଜ, ପର ବତ ।

(୨୮)

 

 

ଏ ସମୟ ରଥପଦ ପତନ ସ୍ଥଳର

 

ନୟନ ପତନ ଅପଘନ ଥର ଥର ।

(୨୯)

 

 

ରଙ୍କ ଯତନ ରତନ ଗତ ପର କର

 

ଏଥର ମରଣ ସତ କର ଏ ସ୍ୱର ।

(୩୦)

 

 

ଜଗତଜ୍ଜନକ ଜରତ ମହତ ଆଲଜ

 

ଅମର ମଣିର ରଣ, ରଣରଣ ସଜ ।

(୩୧)

 

 

ପଞ୍ଚମ ଶର ଏସନ ନ ପଡ଼ଇ ମନ

 

ନବ ବୟକ ଜନ ଅନ୍ତର ରଚନ ।

(୩୨)

 

 

ଶୟନ ସମୟ ଲବ ପଛ ନ କରଇ

 

ଅଗ୍ରତ ସମୟର ପଲକ ନ ଚଳଇ ।

(୩୩)

 

 

ଉରଜ ଉନ ସମୟ ଅନ୍ତର ଉସନ

 

ପ୍ରତ୍ୟକ୍ଷ ଅନ୍ତର ସହ ଏସନକ ଜନ ।

(୩୪)

 

 

ସଜ କମଳଜ ସମ ଅଙ୍ଗ ଗନ୍ଧ ବଶ

 

ଭୟ ଉଦୟ କରଇ ଭ୍ରମର ପରଶ ।

(୩୫)

 

 

ଅଞ୍ଚଳ ଚଞ୍ଚଳ କର ଉତ୍ସଙ୍ଗ ମଣ୍ଡଇ

 

ଯକ୍ଷ, ରକ୍ଷ ହସ୍ତଗତ ଭୟ ସମ୍ଭବଇ ।

(୩୬)

 

 

ପ୍ରଳୟ ଅବଲମ୍ବନ ଜଳଦ ବଚନ

 

ଲକ୍ଷ୍ମଣ ତକ୍ଷଣ ଦତ୍ତ ଲପନର ବନ ।

(୩୭)

 

 

କର୍ଣ୍ଣ ଅବରଟ ଦତ୍ତ ବଦନ ପବନ

 

ପତନ ଅନ୍ତ କହଇ ସରସ ବଚନ ।

(୩୮)

 

 

କର ଦମ୍ଭ ଅବଲମ୍ବନ ହରମକ ନର

 

ବଚନର ପ୍ରସନ୍ନର ଜବ ଥୟ କର ।

(୩୯)

 

 

ଅଛଇତ ସତ ସ୍ୱର୍ଗ, ତଳ, ମଞ୍ଚ ମଧ୍ୟ

 

ଏକଶର ବରକ୍ଷଣର କରଇ ବଧ ।

(୪୦)

 

 

ଅବରଜ ବରର ଭ୍ରମଣ ବନ ପଥ

 

ଦର୍ଶନ କରଇ ରକ୍ତମୟ ପତ୍ର ରଥ ।

(୪୧)

 

 

କହଇ ପତଙ୍ଗ କର ଗମନ ଏ ପଥ

 

ଧନ ଚଉର ସଙ୍ଗର କର ଅନରଥ ।

(୪୨)

 

 

ଲଙ୍କବର କର ଯତ୍ନ-ପତନର ସତ

 

ପଙ୍କପର ବର ରତ୍ନପତନର ମତ ।

(୪୩)

 

 

ମନ୍ଦଈଶ ରଥଗତ ସ୍ୱର ଧବ ରକ୍ଷ

 

ଦ୍ୱନ୍ଦବଶ ପଥ ହତ କର ମମ ପକ୍ଷ ।

(୪୪)

 

 

ଏ କଥନ ଅନ୍ତର ପରଶ, ଗତସ୍ୱର୍ଗ

 

ଏ ଅନନ୍ତ ଦହନକ ବହନର ଖଗ ।

(୪୫)

 

 

ଦଣ୍ଡକ ବନଅନ୍ତର ସହଜ ଉଦୟ

 

ଏକ ସର ଦରଶନ ଏ ଭ୍ରମ ଉଦୟ ।

(୪୬)

 

 

ମହ ଉଜ୍ଜ୍ୱଳ ତରଙ୍ଗ କର ଚକ୍ର ସ୍ତନ

 

ପଙ୍କଜ ବଦନ ଝସଚହଟ ନୟନ ।

(୪୭)

 

 

ଭ୍ରମର ଅଳକ ପଦ୍ମପତର ଉଦର

 

ଜଳଭ୍ରମ ତଦଧ ଅବଟ ରମ୍ୟତର ।

(୪୮)

 

 

ରକ୍ତ ଉତ୍ପଳ ରଙ୍ଗ ପଦତଳ କର

 

କମଳରଥ ଗମନ ଘନରସ ଭର ।

(୪୯)

 

 

ଚରଣ କଟକର ଶବଦ ରଣ ରଣ

 

ଲକ୍ଷ ଧବଳପତ୍ରର ଶବଦ ଶ୍ରବଣ ।

(୫୦)

 

 

ଏତ ଧନ ଏମନ ଗମନ ତତପର

 

ସକଣ୍ଟକ ଅପଘନ ଦମ ଦମ ଉର ।

(୫୧)

 

 

କର ଉର୍ଦ୍ଧ୍ୱକର ଖର ଧରଣ ଉଚ୍ଛନ୍ନ

 

ମରକତ ବଚନ ରଚନ ଉଚ୍ଚସ୍ୱନ ।

(୫୨)

 

 

ରହସ ହତଧବ, ବଟ ତପସ ହର

 

ରଚନ, ହସ ରତନ ତର ସହଚର ।

(୫୩)

 

 

ରସଲୟ, ନ ଧ୍ଵଂସ ସନ୍ଧ ନୟନଶର

 

ରଭସ ର ନଦମ ମଦନ ରସ, ଭର ।

(୫୪)

 

 

ରତ ରସର ଧନ ନ ଧରଷ, ରତର

 

ରଖ ବରଦ ଭଲ ଲାଭ ଦରବ ଖର ।

(୫୫)

 

 

ରଞ୍ଜ ପଣର, ସତତ ଶରଣପଞ୍ଜର

 

ରମ୍ୟ ରସ ଏ ସ୍ଥଳ ରତ ଏ ହରଷତ ।

(୫୬)

 

 

ରସତ ଏ ତବ ଜନମ ସମୟ

 

ନଷ୍ଟ ହରଷଣ ପରମ କଷ୍ଟ ସଉଦୟ ।

(୫୭)

 

 

ଦର୍ପକର ଶର ଚକ୍ର ଦର କର

 

ଦର୍ପକର ସର ରସ ଚକ୍ର ଦର କର ।

(୫୮)

 

 

ଦ୍ୱନ୍ଦଗତ କବନ୍ଧ ଧରଣ ସଂହନନ

 

ଦ୍ୱନ୍ଦଗତ କବନ୍ଧ ଧରଣ ସଂହନନ ।

(୫୯)

 

 

ପରମ ହରଷଦ ଉପଇନ୍ଦ୍ର ଭଞ୍ଜର

 

ଅଠର ଲକ୍ଷଣ ବହ ବନଜ ପୟର ।

(୬୦)

 

ତୃତୀୟ ଛାନ୍ଦ

ରାଗ-ମଙ୍ଗଳଗୁଜ୍ଜରୀ

 

 

ଅଜନନ୍ଦନ ନନ୍ଦନ ଭ୍ରମଣବନ

 

ଏମନ୍ତ ଭକତ ବଶ ଘନ ବରନ ।

(୧)

 

 

ପୟ ଦତ୍ତ ବରଜ ତନୟ ତରସ

 

ତତପର ଏ ବରଦ ମହ ହରଷ ।

(୨)

 

 

ଶବର ରଦନ ପଦ ରଞ୍ଜନ ଫଳ

 

ଦତ୍ତକ୍ଷଣ ଭକ୍ଷଣ ଜଗତ ମଙ୍ଗଳ ।

(୩)

 

 

ଦଇବ ବଳ ପବନ ନନ୍ଦନ ସଙ୍ଗ

 

ପରସ୍ପର କଥନ ସକଳ ପ୍ରସଙ୍ଗ ।

(୪)

 

 

ଦରଶନର ସପତହୟ ତନୟ

 

ଦତ୍ତ ବଚନ ବନ୍ଧନ ମଣ୍ଡନଚୟ ।

(୫)

 

 

ଚପଳ କଥନ ଧନ ଗତ ଅୟନ

 

ଜବ ଜଳପଦ୍ମ ପଦ୍ମ ପତ୍ର ନୟନ ।

(୬)

 

 

ଏକ ଏକ ମଣ୍ଡନ ଦର୍ଶନ କରଣ

 

ଉଚ୍ଛନ୍ନ ମନର ତତକ୍ଷଣ ମରଣ ।

(୭)

 

 

ମନମଥ ମଥନ ଅସନ କଥନ

 

ଶ୍ରବଣ କର ରତନ ସତ୍ୟ ବଚନ ।

(୮)

 

 

ଏ ସମୟର ଅନ୍ତର ପଥର ସତ

 

ଝଟକ ଧନ ଅଙ୍ଗର ଅନବରତ ।

(୯)

 

 

ଏ ଛଳ ବଚକ ରଚଇତ ଭରମ

 

ଏମନ୍ତ ମମ ଢବର ଏକ କରମ ।

(୧୦)

 

 

ମଣ୍ଡନର ମଣ୍ଡଳ ଛଇଳ ରତନ

 

ତଦଅନ୍ତର କବର ହତରଞ୍ଜନ ।

(୧୧)

 

 

ଧନ୍ୟ ଧନ୍ୟ ମନ ମମ ମଙ୍ଗଳକର

 

ସର୍ବ ଅନ୍ତର ରଖଇ ଅଙ୍ଗଦ କର ।

(୧୨)

 

 

ଏ ଅନନ୍ତର ଅମ୍ବର ଓଢ଼କ ଅଙ୍ଗ

 

ତତପର ବଦନର ଏ ସ୍ତବ ସଙ୍ଗ ।

(୧୩)

 

 

ଧନ ସକଳ ଅଙ୍ଗର ଜଡ ବସନ

 

ସହ ଅନଳ, ପଥର, ଜଳ, ପତନ ।

(୧୪)

 

 

ସ୍ୱର ଶର କମଳ ସକଳ ଏମନ୍ତ

 

ମମ କବଚ କରଣ ଅର୍ଥ ତ୍ୟକତ ।

(୧୫)

 

 

ତବ ତପ ଫଳ କ୍ଷୟ, ନ ଧର ମନ

 

ରହଇ ଅଙ୍ଗର ତବ ସଙ୍ଗ, ବସନ ।

(୧୬)

 

 

ଅନନ୍ତ ପ୍ରସନ୍ନ ଜନ କଷଣହର

 

ମଇତ୍ର କରଣ ତପନ ତନୟ ।

(୧୭)

 

 

ନଖ ରଜ ରକ୍ଷ ଶବ ପ୍ରଦତ୍ତ ଅଗ୍ର

 

ଗଗନ ଗତ କରକ ସ୍ୱବଳ ଉଗ୍ର ।

(୧୮)

 

 

ସପତ ଗଛ କର୍ତ୍ତନ ଏକ ଶରର

 

ପ୍ରଣତ ଚଣ୍ଡ-କର-ଜ ପଦ୍ମ ପୟର ।

(୧୯)

 

 

ପରବର୍ତ୍ତକ ସହଜ ଦ୍ୱୟର ରଣ

 

ପ୍ରକଟ କର ମର୍କଟବର ମରଣ ।

(୨୦)

 

 

ସକଳ ସମ୍ପଦ ଦତ୍ତକର ସଖର ସଖର

 

କନ୍ୟା କଣ୍ଟ କର ଅବରଜ ସଙ୍ଗର ।

(୨୧)

 

 

ପ୍ରସ୍ରବବଣଧର ପର ଜବ ଗମନ

 

ତବ ରଞ୍ଜନ ରଞ୍ଜଇ ସମସ୍ତ ମନ ।

(୨୨)

 

 

ଲଭଇ ମହତ ମହଇଭର ସମ

 

ଅନନ୍ତ ଉନ୍ନତ ଦନ୍ତ କଟକ (ରମ୍ୟ) ।

(୨୩)

 

 

ସମର ସମ ଖଡଗ ଭଲ୍ଳୁ ଉଜ୍ଜଳ

 

ଚକ୍ର ଖଗର ଗମନ ବନଚପଳ ।

(୨୪)

 

 

ଅମର ନଗର ବତ ଗନ୍ଧର୍ବ ଘନ

 

ଅର୍ଣ୍ଣବ ଲକ୍ଷ୍ମଣ ଚକ୍ରଧର ଶୟନ ।

(୨୫)

 

 

ଘନ ଲକ୍ଷ୍ୟ ସମ୍ଭର ଧରଇ ଉଦର

 

ସକଳ ଚନ୍ଦ୍ର ମଣ୍ଡନ ସତ ଈଶ୍ୱର ।

(୨୬)

 

 

ଏମନ୍ତ ଅଚଳ ପର ଚନ୍ଦନ ସଦନ

 

ରଚନ ବଞ୍ଚନ ଦଶରଥ ନନ୍ଦନ ।

(୨୭)

 

 

ଭରତ ଅଗ୍ରଜ ଜଳଜ ପୟର

 

ସମସ୍ତ ସମ୍ପଦ ଉପଇନ୍ଦ୍ର ଭଞ୍ଜର ।

(୨୮)

 

ଚତୁର୍ଥ ଛାନ୍ଦ

 

 

ପ୍ରକଟ ଘନ ସମୟ, ଘନ ପଟଳ ଉଦୟ

 

ଧନ୍ୟ ରସଜନ୍ୟ ସ୍ଥଳ , ଦରଶନର

 

ରତ ଷଣ୍ଢ ମତ୍ତଭର ନଟନ ଅଚଳପର,

 

ତପ ଅନ୍ତକ ଅନଙ୍ଗ ମଙ୍ଗଳକର

 

ଏ ଡର ସମ୍ଭବ ସଉଧ,

 

ନଗଧବ ତଳତ୍ୟକ୍ତ ଗମନ ଉର୍ଦ୍ଧ୍ୱ ।

(୧)

 

 

କର୍ଣ୍ଣ ଗତ ଘଟ ଘଟ, ଶରଭ ଗର୍ବ ପ୍ରକଟ

 

ଦନ୍ତ ରଟ ମଟ କର ଉର୍ଦ୍ଧ୍ୱ ନୟନ,

 

ପଥ ଗତ ଜନଙ୍କର, ପ୍ରଭବ ଏମନ୍ତ ଦର,

 

ତର ସରସ ଭଲ୍ଳକବର ଏ ଘନ

 

ଏଣ ଶଶ ହୟ ଦର୍ଶନ,

 

କବଳ କରଇ ଧର ଚନ୍ଦ୍ର ତୃପନ ।

(୨)

 

 

ଜଗତ ତମ ସମୟ, ନଭ ଦରଶନ କ୍ଷୟ,

 

ଦରଶମତ ସକଳ ଦଣ୍ଡ ସଘନ,

 

ଅହ ହତ ମହଭୟ ଉଦୟ ଚକ୍ର ଉଭୟ

 

 

 

ମହତ ରକ୍ଷକ ସତ ବନଜ ବନ

 

ତସ୍କର ପ୍ରକର ହରଷ,

 

ଉପଧବ ପରସଦ୍ମ ଗତ ରଭସ ।

(୩)

 

 

ତଡତ ମଧ୍ୟ ଅକ୍ଷର, ଇବନ୍ତ ଘନ ଉଦର,

 

ଝଟ ଝଟ ଝଟକଇ ଏସନ ମତ

 

ସମ୍ଭର ଅନ୍ତକ କର, ଝଡଗ ଝଲକତର,

 

କମ୍ପନ ସଭୟ ମନ ହନନ ବତ !

 

ଚମ୍ପକ ଗର୍ଭକ କବର,

 

ମତ ରଞ୍ଜନ ଧରଇ ନଭ ଉଦର ।

(୪)

 

 

ଅନନ୍ତ ପୟ ପତନ, ପର ନଗରସ୍ଥ ଜନ

 

ଇତସ୍ତତ ନ ସରଇ ଅନବରତ

 

ବନ ଧନଞ୍ଜୟ ହତ, ପ୍ରଜ୍ୱଳ ଅନ୍ତର ଗତ,

 

ଅନଙ୍ଗ ଦଇବ ବଳ କର୍ମ ଏମନ୍ତ।

 

ବହଇ ପ୍ରଖର ପବନ,

 

ଉଡଇ ଉଦକ କଣ ଜନ୍ମ କମ୍ପନ ।

(୫)

 

 

ପଲବଇ ହତପକ୍ଷ ଏ ଦକ ସହସ୍ର ଅକ୍ଷ,

 

ବହଇ ଚଡକ ବଶ ଦହଇ ନଗ,

 

ପ୍ରଜ୍ୱଳ ଶଲଭ ଗଣ ଲକ୍ଷକ ଅନଳ କଣ

 

ଭକ୍ଷ ବଶ ହତ ଚନ୍ଦ୍ରରତ ପତଙ୍ଗ,

 

ବରଷଇ ଘନ ଉପଳ,

 

ଧରଷଇ ଅଧ୍ୱଗର ଦମ୍ଭ ଚପଳ ।

(୬)

 

 

ରଙ୍ଗ ଜଳମୟ ନଦ ଭଙ୍ଗ ଗର୍ଜନ ଭୟଦ

 

ଭ୍ରଷ୍ଟ ତଟ ନଗବର୍ଗ ଦରଶନର

 

ଧବଳ ଛଦ ସମ୍ବଳ, କରକ କମଳ ଦଳ,

 

ଗମନ ସ୍ୱନ ଅବଳ, ସରଉଦର

 

ଖର୍ବ ପର୍ବତମାନଙ୍କର,

 

ଉପର ସ୍ଥଳ କର୍ଜ୍ୱର ବହଇ ଝର ।

(୭)

 

 

କର୍ଦ୍ଦମ ସର୍ବ ଅୟନ ତ୍ୟକତ ସର ଶୟନ

 

ହୟ ପର ଶୟବତ ଜବସ ଘନ

 

ଗଗନ ମଣ୍ଡକ ବକ- ପ୍ରକର ଉଚ୍ଚ ରବକ,

 

ଅଳମକ ମକମକ ପତନ କର୍ଣ୍ଣ

 

କଳକଣ୍ଠ ମଉନ ସତ,

 

ଖଳ କଳହ-ବଶର ସଜ୍ଜନ ମତି ।

(୮)

 

 

 

 

ଶକ୍ରଅଗ ଚକ ନବ, ସ୍ତବକବନ୍ତ କଦମ୍ବ,

 

ଗନ୍ଧଭର ମଙ୍ଗ ଅଷ୍ଟପଦ ବରଜ

 

ଧବ ଅନ୍ତକଜନ, ଅଞ୍ଜନ ଜଳ ରଞ୍ଜନ,

 

ସକଣ୍ଟକ ଗଣ୍ଡବତ ରମ୍ୟ ସହଜ,

 

ସମସ୍ତ ସମୟ ଦର୍ଶନ,

 

ପ୍ରସବଣଧର ପର ପଦ ନୟନ ।

(୯)

 

 

ଅମରବର ରତନ ବତ ବରନ ଯତନ,

 

ଭରତ ଅଗ୍ରଜ ଜନ ଆରତହର,

 

ଏମନ୍ତ ରମ୍ୟ ସଦନ, ଦର୍ଶନ କ୍ଷଣ ବଦନ,

 

ଉପଯମ ମଦନ ବଶ ସତ୍ୱର,

 

ଅମଳ କମଳ ଈକ୍ଷଣ,

 

ଅଶରଣ ଶରଣ ଅରକ୍ଷ ରକ୍ଷଣ ।

(୧୦)

 

 

ଖଳ ଦଇବ ବଶର କଦନ ମଦନ ଶର,

 

କରଇ ଅନବରତ ବଡ ଅପକ୍ଷ

 

ଶ୍ରବଣ ଘନ ଗର୍ଜ୍ୱନ କ୍ଷଣ ମନ ଛନ ଛନ୍ନ,

 

ରସ ରତନ ଆକରଚଉର ରକ୍ଷ,

 

ଆସଇ ଭ୍ରମର ଏମନ୍ତ,

 

ଖଡଗଧର ଉଟଜ ଚତ୍ୱର ଗତ ।

(୧୧)

 

 

ଦରଶନ ନବଘନ ବକ ପ୍ରକର ଦରଶନ

 

ଘନ ଘନ ଜଳକଣ ମଦ ପତନ

 

ଏସନ ଭ୍ରମ ସହଜ, ସୁର ଭବ ଜୟ ସଜ

 

ଅଞ୍ଜନ ମତ୍ତଗଜର କନ୍ଧ ମଣ୍ଡନ,

 

ଗରଜନ ପଟହସ୍ୱନ

 

ସଦନ ନନ୍ଦକ ଭଟ ଯଶ କଥନ ।

(୧୨)

 

 

ଷଡବଦନ ସ୍ୟନ୍ଦନ ଚନ୍ଦକ ଛତ୍ରଧରଣ

 

ଭ୍ରମର ଡଗର ବଜ୍ର ଅସ୍ତ୍ର ଉଜ୍ଜଳ

 

ଚନ୍ଦ୍ରଶରର ଅଶନ ସତ ତଦ୍ଦ ତରଞ୍ଜନ

 

ଲକ୍ଷ ଦର ଶବଦ ଚହଳ ଗହଳ,

 

ଏ ସ୍ତବ କଥନ ସତ୍ୱର,

 

ମମ ଏକଜନ ହର ଭ୍ରମ ନ କର ।

(୧୩)

 

 

ଜନକ ସତ୍ୟ ବତ୍ସଳ, ଗମନ ଗହନସ୍ଥଳ,

 

ଭସ୍ମ ଚର୍ମ ଜଟଧର ନାଗ ଭବନ,

 

ଅନଳ ତଳର ସତ, ଅର୍ଦ୍ଧ ଶଶଧରବତ

 

 

 

 

ଦଗ୍ଧ ସ୍ୱର୍ଣ୍ଣବତ ଧନ ଦତ୍ତ ବସନ,

 

ତବ ପର ତ୍ରୟନୟନ

 

ଉରଗ ଅଙ୍ଗଦ ବୃଷଧ୍ୱଜ ଉଲଗ୍ନ ।

(୧୪)

 

 

ଚଳ ଚଳ ମନରଥ, ରଜତପ୍ରସ୍ତ ପ୍ରମଥ

 

ବର ସଙ୍ଗ ଅନରଥ ସମର୍ଥପଣ

 

ଏକସ୍ଥ ଦମ୍ଭ ନ ମନ୍ଥ, ଏ ଯଶ ପ୍ରକଟ ବ୍ୟର୍ଥ

 

ନ ବହ ନ ବହ ଏଣୁ ମଦ ଲକ୍ଷ୍ମଣ

 

ସର୍ପସମ ପର ଅପର,

 

ନ କର ନ କର ହତ ପଞ୍ଚମଶର ।

(୧୫)

 

 

ଭସ୍ମ କରଇ ଇନ୍ଧନ, ହତ ଦହନ ବହନ

 

ମମ ହତ ଅନ୍ତ ତବ ଏସନ ଦଣ୍ଡ

 

ଅନୁଭବ ଅଛଇ ତ, ଦଗଧ କଷଣ ସତ

 

ମହଅଯଶ ନମଣ୍ଡ ଏ ମର୍ତ୍ତ୍ୟଖଣ୍ଡ

 

ଖଳ ଦଣ୍ଡଇ ନତଜନ

 

ତବ ବଡ ଯଶ ଚକ୍ରଧର ନନ୍ଦନ ।

(୧୬)

 

 

 

 

 

ଏ ଦଶରଥ ନନ୍ଦନ, ଶରଣ ଭୟକ ଜନ,

 

କରଇ ସ୍ତବ ଏମନ୍ତ କର ଏମନ

 

ତବ ଧନ ହରଣକ ପରମ ସମ୍ବର ଲକ୍ଷକ

 

ମମ ପର ଦଶକନ୍ଧ ଯତନ,

 

କରଣ ରକ୍ଷଣ ଏ ଘଟ

 

ରସଜ୍ଞ ଜନନସହ୍ୟ ଅନ୍ତର କଷ୍ଟ ।

(୧୭)

 

 

ଘନ ପ୍ରବଳ ଏମନ୍ତ ଚଇତନ ଉପଗତ,

 

ଜପନ ମଧ୍ୟର ଗତପ୍ରସଙ୍ଗ,

 

ଏ ଜଳଦ ଗରଜନ କର ଶ୍ରବଣ କମ୍ପନ,

 

ତର ତର ଗମନ ମଣ୍ଡଇ ଉତ୍ସଙ୍ଗ,

 

ଶୟନର ଲବ ଅନ୍ତର

 

ନ କରଇ ଉରଭର ଧନ ଭୟର ।

(୧୮)

 

 

ଏ ଡର ବଡ ଜନନ, ରକ୍ଷ ରକ୍ଷଣ ଏଜନ,

 

ଚନ୍ଦନ ମହ ଉରଗ ରକ୍ଷଣ ମତ

 

ଅଲକ ଅନ୍ତର କ୍ଷତ, ବରଷ ମଣଇ ସତ,

 

ଏ ଜନ ନବ ପର୍ବତ ଅନ୍ତର ଗତ,

 

କଳ ଐଳନନ୍ଦନ ସମ,

 

ଦଇବ ବରର କଷ୍ଟ ସକଳ ସମ ।

(୧୯)

 

 

ସ୍ୱଚ୍ଛ ବତ୍ସ ବପ୍ର ସ୍ଥଳ, ଖର କରଜ ଲଙ୍ଗଳ,

 

ବଶର କର୍ଷକ କର ସହଜ ଧନ,

 

ହରଷ ଶସ୍ୟ ସମ୍ପଦ, ବରଧନ ରସପ୍ରଦ

 

ରକ୍ଷଣ କର ବରଣ ମଧ୍ୟ ସତନ

 

ଏ ଯତ୍ନ ଭଗନ ରଭସ

 

କବଳର କଷ୍ଟ ଏଣ ସଫଳ ଶସ୍ୟ ।

(୨୦)

 

 

ଚନ୍ଦ୍ର ଉପଳ ଦ୍ରବଣ, କରଇ ଶଶମଣ୍ଡନ

 

ତଦବତ ମମ ଦ୍ରବଣ କରଇ ଧନ

 

ଏ ଅପଘନ ଇନ୍ଧନ, ସତକରଇ ଚନ୍ଦନ

 

ଦଗଧଇ ସ୍ମର ଜ୍ୱଳନ

 

ତ୍ୟକ୍ତ ନ କରଇ ବଶ ଗନ୍ଧ ସଦନ ।

(୨୧)

 

 

ଧନ ଶତପତ୍ର ବନ, ମକରନ୍ଦ ପୟ ମନ,

 

ଅନ ରସ ନ ଇଚ୍ଛଇ ସନ୍ତତ ବଶ,

 

ସତ ଛଇଳ ରତନ, ରମ୍ୟ ଅର୍ଣ୍ଣବମଜ୍ଜନ

 

ଉଚ୍ଚସ୍ତନ ଅମରଧର

 

ସଙ୍ଗ ସଙ୍ଗ ପତଙ୍ଗ କର କର ।

(୨୨)

 

 

 

ଧନର ଅଙ୍ଗ ସଙ୍ଗମ ଭଷ୍ମ ସମୟର ରମ୍ୟ

 

ସତ ମଳୟକ ସମ ତପତ ହର

 

ଜଡ ସମୟ ଜଡନ ତପନ କର ରଞ୍ଜନ

 

ଉଭୟ ମତ ରଞ୍ଜନ ଏ ସମୟର

 

ଏମନ୍ତ ରଙ୍ଗ ନ ଧରଇ

 

ଶମ, ଚମ, ବ୍ରହ୍ମଚର୍ଯ୍ୟ ଦମ୍ଭ ହରଇ ।

(୨୩)

 

 

ଅଙ୍କଗନ୍ଧ ଚହଟଇ, ପଦ୍ମଗରବ ସରଇ,

 

ଗନ୍ଧଗ୍ରହ ନ ସରଇ ଆନ ଗନ୍ଧର

 

ପୟର ପତନ ସ୍ଥଳ, ବସଇ ମତ ଭ୍ରସଳ

 

ଇଚ୍ଛଇ ଏତ କମଳଚୟ ଈଶ୍ୱର

 

ଏମନ୍ତ ରଞ୍ଜନ ଗମନ,

 

ଚଳଇ ମନମଥର ସ୍ୱର୍ଣ୍ଣସ୍ୟନ୍ଦନ ।

(୨୪)

 

 

ଭର ଉପର ଶୟନ, ସମୟର ମମ ଧନ

 

ମହାଉଜ୍ଜଳ କନକ ପଦକ ମତ

 

ତଡତ ମଧ୍ୟ ଅଧର, ଇବନ୍ତ ଘନ ଉଦର

 

ଝଟକ ବତ ଛଟକ ବହଇ ସତ!

 

ନଭସଦ ପଲକ ହର

 

ମମ ପଲକ ଅନ୍ତର ବଡ ନ କର ।

(୨୫)

 

 

ଧକ ରମ ସ୍ୱର୍ଣ୍ଣସର, ସ୍ୱଚ୍ଛ ଘନ ରସଭର

 

ସଗନ୍ଦ ଅମଳ ଶତଦଳର ସ୍ଥଳ

 

ରଚଇ ରସତ ସତ, ଧବଳପକ୍ଷର ମତ

 

କରମ ଅନ୍ତର ଗତ ମନ ଚଞ୍ଚଳ।

 

ବହୁ ଲୟ ତପସ ମତ

 

ସର୍ବଦଣ୍ଡ ଏକ ଲୟ ମମ ଏ ସତ ।

(୨୬)

 

 

ଶର୍କର ଲକ୍ଷ ବଚନ, ଏ ପଦ ବହଇ ଧନ,

 

ବଶ ଶ୍ରବଣ ନୟନ ସତ ଏଥର

 

ଏ ବଡ ଷଡରସର, ଏ ଦ୍ରବ୍ୟ ଅଶନ କର

 

ସନ୍ତତଜ ନ ରସଇ ଅନ୍ୟ ରସର,

 

କରତ ମନର ଜଳଦ,

 

ଅଟଇ ଧନ ସକଳ ହରଷ ପ୍ରଦ ।

(୨୭)

 

 

ରସ ଉତ୍ତର ମନ୍ତର, କରଇ ସତ ଅନ୍ତର,

 

ଅନ୍ତରଗତର ସ୍ମର ଉରଗ ଗର,

 

ଉରଜ ଦ୍ୱୟ ଚନ୍ଦନ, ଗହ ହରଇ ବହନ

 

 

 

 

କ୍ଷତ ପ୍ରଚଣ୍ଡ ଜଳନ ତତପରର

 

ଅନ୍ତର ଏସନ ଦଣ୍ଡଇ,

 

ସମ ଦମ ବ୍ରହ୍ମଚର୍ଯ୍ୟ ଦମ୍ଭ ଖଣ୍ଡଇ ।

(୨୮)

 

 

ସ୍ମର ଜ୍ୱର ହର ରସ, ଅଟଇ ଧନର ରସ,

 

ତଦ ଉପକରଣ କରଇ ରଚନ,

 

ଯତନ ବସ୍ତୁର ପର ହରଇ କରଇ କର,

 

ପତନ କରକ ଫଳ ଉନ୍ନତ ସ୍ତନ।

 

ମମ ଅନ୍ଧ ଅବନ ଦଣ୍ଡ,

 

ଅନ୍ତର ଏଥି ଉପର ଅଛଇ ଦଣ୍ଡ ।

(୨୯)

 

 

ଏ ସମୟ ଝର, ଝର, ବରଷଣ ତର ତର,

 

ପ୍ରବଳ ପ୍ରକଟ ଘଟ ଘଟ ଶବଦ,

 

ପ୍ଲବଗଣ ଭକ ଭକ, ସମଦ, ରବକ ବକ

 

ଖର ଖର ଅନ୍ତକର ପ୍ରଳୟ ପ୍ରଦ

 

ଲକ୍ଷଣ ରଚଇ ଯତନ

 

ଉପଇନ୍ଦ୍ର ଭଞ୍ଜର ଏ ରସ ରଚନ ।

(୩୦)

 

ପଞ୍ଚମ ଛାନ୍ଦ

 

 

ଜଗତ ତମସ ଘନ ଘନ ବଶ ସତ ଅହ ଅନ୍ତ ଖର

 

ଗରକର ଅନ୍ତ ପ୍ରତ୍ୟକ୍ଷ କରଇ ସଂହର ଶତତପର ।

(୧)

 

 

ତରଳ ଚନ୍ଦ୍ର ଉପଳର କରଇ ଉଦୟ କମଳଧର

 

ଧରଇ ପରସଦନ ଗତମନ ଉପଧବ ତସକର ।

(୨)

 

 

କରଇ ରଚନ କଇରବ ବନପ୍ରସନ୍ନ ଚକ୍ର ଅନ୍ତର

 

ତରସ୍ତ ହତକ ଏମନ୍ଦ ପରର ତ୍ୟକତ ନଗଉଦର ।

(୩)

 

 

ଦର ଶବଦ କର, ଈଶ୍ୱର ଭବନର ଏକଜନ ଦର

 

ଦରଶନ କ୍ଷଣ ଏମନ୍ତ ସମୟ ସ୍ତମ୍ଭ ବଶ ଖରପର ।

(୪)

 

 

କମଳଧର କମଳଧର ବତ ବଦନ ବରନ ଇନ

 

କମଳଜ ପଦତଳ ଅନବରତ ଦଇନ ।

(୫)

 

 

ଅସମଶର ଅସମ ଶରଣତ ଇଚ୍ଛଇ ତରଣତଳ

 

ବନ ସଦନ ବନ ସଦନଜନ ବତ ଦଇବର ବଳ ।

(୬)

 

 

 

ପରମ କଷଣ ସହନ ଶୟନ ନବ ପଲ୍ଲବ ଉପର

 

ପରଭବକର ହତଚଇତନ ଏ ସ୍ୱପନ ତତପର ।

(୭)

 

 

ଧନ ଇଚ୍ଛକ ଜନବତ ଚପଳ ହରଷତ ବରଧନ

 

ଧନଦ ପଦ ଇତର କରଣର ନଗ ଉପଗତ ଧନ ।

(୮)

 

 

ଧର ସମଉଚ୍ଚ ଉରଜ ପ୍ରତ୍ୟକ୍ଷ ଏସନ ବସନଦର

 

ତରଳ ତର ନୟନଶର, ନ ରଖଇ ଦମ୍ଭ ବକତର ।

(୯)

 

 

ଜଳ କଲସ ପ୍ରକଟ ଚନ୍ଦ୍ରବତ ସହଜ ମହଇଜ୍ୱଳ

 

ତଳପ ଅନ୍ତର ଧରଣ ଉଦ୍ୟମ ନ ପଡଇ କରତଳ ।

(୧୦)

 

 

ତନମନ ବଶ ତଦ୍ଧତ ଦର୍ଶନ ସ୍ୱପନ ଭଙ୍ଗ ତକ୍ଷଣ

 

ଥନ ଥନ କର ବନଜ ନୟନ ରସ ବଚନ କଥନ ।

(୧୧)

 

 

ନ ଧର ଅପରକଟ ପରକଟ କପଟ ରଙ୍ଗ ଅଧର

 

ମମଲପନ ସଙ୍ଗକର ଅମର, ରସଦ ରଙ୍ଗ ଅଧର ।

(୧୨)

 

 

ନ ବହ, ନ ବହ, ମମ ଅମରଷ ଶରଣଜନମ ଉନ

 

ଈଶ୍ୱର ସମ୍ପଦ ଲଭ୍ୟ ଦତ୍ତକର ନ କର ଜନ ମଉନ ।

(୧୩)

 

 

ବଶ ନ କରଇ ଏମନ୍ତ ସହଜ ସତ କମଳଜ ପଦ

 

ଅଲକ୍ତ ତଦ୍ଦତଜଡନ ଇଚ୍ଛଇ ତବ କମଳଜ ପଦ ।

(୧୪)

 

 

ତରକକର, ତରଳ କଳକଣ୍ଠ ଉରଜ କରରଞ୍ଜନ

 

ଚନ୍ଦ୍ର ଦରପଣ ଚନ୍ଦ୍ର ଦରପଣ ହରଷ ହର ଲପନ ।

(୧୫)

 

 

ମନମଥ ମନମଥନ କରଇ କର ବଚନ କଥନ

 

ରସକଳପ, ସରକଳପ ଜନ, ଜଗତ ମଧ୍ୟ ରଞ୍ଜନ ।

(୧୬)

 

 

ହରପରଶର ହର ପରଶର କଷଣ ଚୟ ରଭସ

 

ପରକଟ କର ପରକଟକର ଅରକ୍ଷ ରକ୍ଷଣ ଯଶ ।

(୧୭)

 

 

ସମ ଶଶଧର ସମ ଶଶଧର ହସ କର ଉଦୟକ

 

ରଣରଣ କରରଣ ରଣକର ରଣରପଦ କଟକ ।

(୧୮)

 

 

ମତ୍ତ କଳକଣ୍ଠ ମତ କଳକଣ୍ଠ ବଚନ କର ରଚନ

 

ଦଶ ନଖର ଦଶନ ଖରକ୍ଷତ ସଭୟ ନକର ମନ ।

(୧୯)

 

 

ନବକ ବରଷ ନବକ, ବରଷ ରସ ଦତ୍ତ କର ଜବ

 

ଅନ୍ତରଗତର ଅନ୍ତର ଗତର କଷ୍ଟ ଅନଳ ପ୍ରଭବ ।

(୨୦)

 

 

ଅପସରତ ଅପସର ତବର ଏ ଉର ଅଟଇ ଧନ

 

ଦଣ୍ଡନକର ଦଣ୍ଡନକରକମଠ ଏ ଅନ୍ତର ଘନ ଘନ ।

(୨୧)

 

 

ହରଷରହ ହର, ଶରଶତ, ଦର ମମତବ ପଦନତ

 

ଅଧମଜ୍ଜନ, ଅଧମ ଜନ କଷ୍ଟକର ଅର୍ଣ୍ଣବର ସତ ।

(୨୨)

 

 

ଏ କପଟକର ଏକପଟକର ଉର ଉପର ବହନ

 

ପଲକ ପଲଙ୍ଗ ଅନ୍ତର ନ ସହ ସହଜ ତବ ଏସନ ।

(୨୩)

 

 

ଖଣ୍ଡ ଏ ଅଯଶ ଉଦଣ୍ଡ ମଦନ ଦଣ୍ଡଧର, ଦଣ୍ଡପ୍ରଦ

 

ଏମନ୍ତ ଦଣ୍ଡର ଧନ ପରବତ ସ୍ତନ ପରବତ ଲଦ ।

(୨୪)

 

 

କରତ କରଜ କରତ ଶବର କର, ତ କର ବନ୍ଧନ

 

ଝଟକ, ଝଟକ ଛଟକ ନୟନ ଅଚଳ ରଖତ ଧନ ।

(୨୫)

 

 

ପରମ ରମ୍ୟସ୍ଥଳ ନଗ ଅଜନ ଜନମ କରଇ ସ୍ମର

 

ଧରଇ କଳରବ, କଳରବତ ରତ ସମୟର ସ୍ୱର ।

(୨୬)

 

 

ଚହଟଇ ସତ କଦମ୍ବ ଗନ୍ଧ ପବନ ବଶର

 

ରଚନ ପଲ୍ଲବ ଶୟନ ଶୟନ କର ସମ ସଙ୍ଗତର ।

(୨୭)

 

 

ଶଶଲକ୍ଷଣ ଧରଣର ନ କର ସଉର୍ଦ୍ଧ୍ୱ କର ତତ୍‍କ୍ଷଣ

 

ମକର ଧ୍ୱଜ ପର ଦଳନ କରସ୍ତ୍ରପନ ସତ ନ ମଣ

 

ମକର ଧ୍ୱଜ ମଧ୍ୟଗତ ଜନ ଏ ସ୍ତବ କରଇ ଶ୍ରବଣ ।

(୨୯)

 

 

ଅମରସପତ୍ନ ମନ୍ଦ ଦଶକନ୍ଧ ହରଣର ଲଙ୍କ ଗତ

 

ଅମରଷ ରଣକର ତବପର ଇନ ନନ୍ଦନ ସଙ୍ଗତ ।

(୩୦)

 

 

ବରଜ ବର ବରଦ ଏ ଉଦନ୍ତ ଶ୍ରବଣ କ୍ଷଣ ପ୍ରସନ୍ନ

 

ବରଜ ବର ଦତ୍ତକ ତତପର ଅନ୍ୟ ସ୍ଥଳର ଗମନ ।

(୩୧)

 

 

ଉପଇନ୍ଦ୍ର ଭଞ୍ଜ ଭବ ଭୟଚୟ ରଖ ସନ୍ତତ ଶରଣ

 

ଉପଇନ୍ଦ୍ର ଭଞ୍ଜ ଭଜଇ ଅମଳ ରଙ୍ଗକମଳ ଚରଣ ।

(୩୨)

 

ଷଷ୍ଠ ଛାନ୍ଦ

ରାଗ-ଚକ୍ରକେଳି

 

 

ଅବରଜ ବଚନର ମଉନ

 

ଏ ସମୟର ବହଲ ପବନ ।

(୧)

 

 

ଖରପର କଥନ ଏ ଉତ୍ତର

 

ତବ ତନୟ ମମ ସହଚର ।

(୨)

 

 

ମମ ସହଜ ସଦୟ ଅରହ

 

ନ ବହ ଏ ଅବୟବ ନ ଦହ ।

(୩)

 

 

ଉପଗତ ଏସନ ଅସମୟ।

 

ମଳୟଜ ଦହନ ଧନଞ୍ଜୟ ।

(୪)

 

 

ସତ କରମ କରଇ ସକଳ

 

ହର ଅଶନ କରକ ଗରଳ ।

(୫)

 

 

ମଳୟଜ ନଗର ଗଗଧର

 

ଶଶ ବହ ଧବଳ କର ଉର ।

(୬)

 

 

ତଦବତ ମମ ଧନ କରମ

 

ନରଧବ ଭବନର ଜନମ ।

(୭)

 

 

ଯଉଁ ନର ସଘନ ଅପଘନ

 

ରଜ ସମଳ ବଶ ଅଯତନ ।

(୮)

 

 

ମନ ରତନ ଖଟ ନ ହରଇ

 

ନବ ପଲ୍ଳବ ଶୟନ କରଇ ।

(୯)

 

 

ଡର ଜନମ ହରଷ ଢଳଇ

 

ଘନ ଜଠର ଅନଳ ଜଳଇ ।

(୧୦)

 

 

କରଇ ଏ କବଳ ଘନ ଘନ

 

ନଭ ଶଶଧର ନଗ ତପନ ।

(୧୧)

 

 

ଏ ସମତ ଇଇଳ ରତନର

 

କୁଚ ଲପନ ଉରଜ ଅଧର ।

(୧୨)

 

 

କହ, ଏଥଉପର କର ଘର

 

ତବ ସମୟ ବସନ ଯତନ ।

(୧୩)

 

 

ବସ ବଲ୍ଳଭ ବତ୍ସର ତପନ

 

ଯତ ଏ ରସ କରମ ଅବଳ ।

(୧୪)

 

 

ଏଥ ଉପର ଏଦର ପତନ

 

ଶଶ ସମ ଧନର ଅପଘନ ।

(୧୫)

 

 

ନଖ ପଦ ଅଳପ ନ ସହଇ

 

ଖର ଶର ମଦନ ବରଷଇ ।

(୧୬)

 

 

କହ ଭଜନ କର ହର ହର

 

ଦର ଜନମ ମତ୍ତ ମଦନର ।

(୧୭)

 

 

ଏଥ ଉପର ପତନ ଏ ଦର

 

ନ ସହଇ ବନଜକର, କର ।

(୧୮)

 

 

ମହ ଉଚ୍ଛନ୍ନ ଦହନ ଜନନ

 

ଅନବରତ କରଇ ଦହନ ।

(୧୯)

 

 

ଘନରସର ହତ ନ ଭଜଇ

 

ସତ ମମ ଘନରସ ଇଚ୍ଛଇ ।

(୨୦)

 

 

କହ ବଲ୍ଳଭ କରଇ ଗମନ

 

ଘଟ ରଖ ନ କରଇ ଉନମନ ।

(୨୧)

 

 

କରକଶ ପଥର ମମ ଉର

 

ନ ପଡଇ ଚଡକ ଏ ଉପର ।

(୨୨)

 

 

ଧନ ଏସନ କଷଣ ସହଇ

 

ଘଟ ରହଇ ଜପନ କରଇ ।

(୨୩)

 

 

ନବସପତ ବରଷ ବୟସ

 

ଏକ ଅବୟବ ରସ ହରଷ ।

(୨୪)

 

 

ମହ ସଉରଭ କର ସହଜ

 

ଷଟପଟ ନ ଇଚ୍ଛଇ ବନଜ ।

(୨୫)

 

 

ଅସ ଝଟକ ଅପଲକ କର

 

ଏ ସତ ନଭସଦନ ଗଣର ।

(୨୬)

 

 

ଏସନକ ନୟନ ବଡପଣ

 

କଚ ଭୟର କଜ୍ଜ୍ୱଳ ଶରଣ ।

(୨୭)

 

 

ବଶ କରଇ ଜଗତର ଜନ

 

ଧନ ରସ ରମ୍ୟକର ସଦନ ।

(୨୮)

 

 

ସତ ବଳଇ ଏସନ ଜନର

 

କଷଣ ତ ଦଇବ ଜଡବର ।

(୨୯)

 

 

ଏ ସମୟର ଅହ ଉତପନ

 

ଅମର ପଥ ରକତ ବରନ ।

(୩୦)

 

 

ମନ୍ଦ ଶବଦ କରଇ ସତ୍ୱର

 

ଗତଚରମ ନଗ ଶଶଧର ।

(୩୧)

 

 

ଦରରବ କରହର ଭବନ

 

ଷଡ ହରଷ ଶତଦଳ ବନ ।

(୩୨)

 

 

ଷଡ ଚରଣ ଏରବ କରଣ

 

ଚଳ ସଦନ ଉପଧବଗଣ ।

(୩୩)

 

 

ଦଶରଥକ ଉଟଜ ଉଦର

 

ଗତ ନୟନ ଦତ୍ତଘନ ପର ।

(୩୪)

 

 

ଝଟ ଝଟ ଜମ ଏ ଉପମ

 

ଧନ କନକ କବର ଏ ସମ ।

(୩୫)

 

 

ଏ ତ ନର ସହରଷ କଷଣ

 

ତପ,ତପନ, ତପତ ହରଣ ।

(୩୬)

 

 

ନଦ ସର କରଇ ଜଳଭର

 

ଦବଦହନ ଭୟ ଅପସର ।

(୩୭)

 

 

ପର ନଗର ଗମନ ହରଇ

 

ଜନମନ ରସ ବଶ କରଇ ।

(୩୮)

 

 

ପରତଳ ଶଙ୍କଟ କଟକର

 

ଇଚ୍ଛଇ ତ ହରଷ ଜଡବର ।

(୩୯)

 

 

ସନତମ ଏ ମନର ଚପଳ

 

କଥନ କତନ ରସ ସକଳ ।

(୪୦)

 

 

ଭବବଶକ କମଳ ଚରଣ

 

ଉପଇନ୍ଦ୍ର ଭଞ୍ଜ ମନ ଶରଣ ।

(୪୧)

 

ସପ୍ତମ ଛାନ୍ଦ

ରାଗ-ବସନ୍ତ

 

 

ଅସମଶର ଉଚ୍ଛନ୍ନ କରଇ ତ କଥନ କମଳନୟନ

 

କର ଜଳଧର ସଦୟ ଉଦୟ ନ କର ବର ଗରଜନ

 

ଜଳଦ, ଚଳକ କନକ ନଗର

 

ନକର ସଖ ପରଖର ପବନ ଜଳ ବରଷଣ ନ କର ।

(୧)

 

 

ମମ ଧନର ଏସନ ପରସନ୍ନ ଚପଳ କର ଦରଶନ

 

ତଳତଳପ କରଣ ହତ ସତ କଜ୍ଜ୍ୱଳ ସଜଳ ନୟନ

 

ଜଳଦ, ସତ ଏ ଯଶ ଅରଜନ

 

ଦହନକ ଚହକ ବରନରରଜତ ସମଅଯତନ ।

(୨)

 

 

ମଦନ ଗଜ ମତନର ଯତନ ହତ ଅପଘନ ବନଜ

 

ଉଚ୍ଛନ୍ନ ଦରଶ ପରଶ ହତକ ସମ ଶଶଧର ସହଜ

 

ଜଳଦ, ଏ ଘନ ସମୟ ଅସର

 

ମମ ଲପନ ଦରଶନ ସ୍ୱପନ ଜଟବତ କର କବର ।

(୩)

 

 

ସତ ଷଟଦଶ ବରଷ ବୟସ ଏ ଜନ ଏ କଷଣ ସହ

 

ବଲ୍ଲଭ ତବ ଦରଶନ ଯତନ କରଇ ତ ଏସନ କହ

 

ଜଳଦ, ନବ ଛଇଳ ରତନର

 

ହରଷ ଜନମ କର ଅଳପକ ମରଣ ତନ ମନ ହର ।

(୪)

 

 

ଧନ ସମ ଧନ ସତ ଜଗତର ଏସନ ପରବ ଦରବ

 

ପୟମତ ସତ ଧରଇ କରଇ ଜନମ ରସ ନଦ ନବ

 

ଜଳଦ, ଏସନ ନ ହରଇ ଅନ୍ୟ

 

ଜଳ ମଜ୍ଜନ ବସନ ବତ ନର ତର ଅପଘନ ଜଡନ ।

(୫)

 

 

ମତ୍ତ କଳରବ କଳରବ ବତ ରସ ରତି ମତ୍ତବଚନ

 

ଅମର ଧବ ନରଧବ ପଦତ ଇତର କରଇ ବହନ

 

ଜଳଦ, ପଦ କଟକର ଶବଦ

 

ଧବଳ ଛନ୍ଥର ତବଦ କରଇ ହରଇ ମଦନର ମଦ ।

(୬)

 

 

ଧରଇ ଗଳ ଥରଇ ଘନ ଘନ ଇଚ୍ଛଇ ଏ ଶରଣ ଜନ

 

ଦତ୍ତ କରଇ ଲବ ଲବ ଦଶନ ବସନ ରସବରତନ

 

ଜଳଦ, ନଖ ଚଳନ ନ ସହଇ

 

ଜନମ ତରତରଳ ନୟନର ରଖ ଏ ବଚନ ଭଣଇ ।

(୭)

 

 

ଶୟନ ଝସ ଚହଟଇ ଚଳଇ ବଦନ ଅମଳ କମଳ

 

ଜଳଦ, ଅଳକ ଷଟପଦ ଗଣ

 

ଘନ ନଘନ କମଠ ପରସନ୍ନ ଝଲକ ପଏକ ହରଣ ।

(୮)

 

 

ଉତ୍ତମ ଜନ କରଇ ଏ ଉପମ କନକ ସମ ଅପଘନ

 

ସତ ଉଲଗନ ସମୟର ବଣ ଦହ ଚହକ ବରଧନ

 

ଜଳଦ, ସହଜ ଓ ବର ଛଇଳ

 

କଷଇ ଏ ଉର ପଥର ଉପର ରଖଲ କଛବର ଛଳ ।

(୯)

 

 

ତପସମୟ ଜଡକର କରର ରଣରଣ ରଣ ରଚନ

 

ନୟନ ତପ ସଫଳ କରଣର ମଦନ ମଦବରଧନ

 

ଜଳଦ, ଉଲଟ ରସ ସରଜନ

 

ଅକଥନ ରସ ଜନନ ଏସନ ଚରଣ କଟକ ମଉନ ।

(୧୦)

 

 

ନକର ସଦନ ଫଳ ନରତନ କହଇ ଉପମ ଏସନ

 

ଘନରସ ବରଷଣ ଫଳଦ ଏ ବଶ କରଣ ଭଚଳନ

 

ଜଳଦ, ଚରମ ପତନ କବର

 

ନର୍ତ୍ତନ, କର ଷଢଜ ରବ ଧର ଚପଳ ଏ ଦରଶନର ।

(୧୧)

 

 

ଚଳଇ ଅଳକ ଜନମ ଶରମ ବଶ ଘରମ ଜଳ କଣ

 

ଗମନ ରସ ଦିନ ରସମଦନ କରକ ଷଟପଦ ଗଣ

 

ଜଳଦ, ତରଳ ତରଳ କହଇ

 

ଏମନ ନକର ଏ ଉତ୍ସବ ସମ ଅନ୍ୟ ଜଗତର ଅଛଇ ।

(୧୨)

 

 

ସକଳ ଅହ ଲପନ ସମୟର ମମ ଅମର ପଟ ଏତ

 

ଅଳସ ଭଗନ ସ୍ତନ ଦରଶନ ଅଧର ରସଦର ସତ

 

ଜଳଦ, ମଦନ କଳମଷ ହର

 

ଅଭୟ ବରଦ ବହଇ କରଜ ପଦ ଶକଳ ଶଶଧର ।

(୧୩)

 

 

ମନମଥର ଚାମରରବତ ହତ କବର ବରଚୟ

 

ଉନ ଉରସନ ଭବୟକ ଧନର ଏସନ ସମୟ

 

ଜଳଦ, କମଳ ବଦନ ନୟନ

 

ଚମକବଳ କମଳଧର ବତ ରକତ କମଳ ବରନ ।

(୧୪)

 

 

ଜଳ ମଜ୍ଜନ ସମୟର ଜଳଜ, ନ ଭଜଇ ଷଟଚରଣ

 

ଲପନ ସଲଗ ଉଡଇ ରହଇ ନୟନ ପରଶ କରଣ

 

ଜଳଦ, ଅବନ ଉଦୟ ଇଚ୍ଛଇ

 

ଏବଶ ଖଗ ନଭରତ ଶବଦ ଧନ ଦରଶନ ଡରଇ ।

(୧୫)

 

 

ମମ ପଲ୍ଲବ ଭର ନଗ ପଛର ଗତ ଦରଶନ ବଶର

 

ଅନ ଉପମ ପରସନ୍ନ ଧରଇ ବସନ ଜଳ ଜରଜର

 

ଜଳଦ, ଧନ ମମ ଦରଶନର

 

ସଲ୍ଳଜ ବଶ ତର ଓଳଗ କରଇ ସକଳ ଇତର ।

(୧୬)

 

 

 

ରଜ ସମୟତ ପଡଇ ବଢଇ ଉଚ୍ଛନ୍ନ ହରଇ ଦରପ

 

ଏକ ସଦନର ଅଲଗ ଶୟନ କରଇ ଲବକ କଳପ

 

ଜଳଦ, ଅସହ କଷଣ ପତନ

 

କରକ ପତନ ଭଜଇ ଏ ଉର ମନତ କରଇ ଜପନ ।

(୧୭)

 

 

ଅନଉଦୟ ଅମରଷ କପଟ ମନ ପରମ ରତ ବଶ

 

ଭବର ଉଦୟ ସହଜ ଜଳଜଭବ ରଚନ କର ଯଶ

 

ଜଳଦ, ରସ କଳପ ନଗ ସମ,

 

ଏଜନ ଧନ ଅପହରହ ସହଇ ରହଇ ଏ ଘଟ ଅଧମ ।

(୧୮)

 

 

ମମ ଅମର କର ନବ ପଲ୍ଳବ ଅଧରର ରସ ଅଶନ

 

ଛଇଳ ଗଣର ବଡ ଅଯଶ ଏ ସମୟ କରଇ ଏସନ

 

ଜଳଦ, ଗଦବତ ସ୍ମର ଗରଳ

 

ଶମନ ଭବନ ଗମନ ଉତ୍ସବ ଇଚ୍ଛଇ ଏମନ ଚପଳ ।

(୧୯)

 

 

ଏସନ ବଚନ ରଚନ ସମୟ ଘନ ଘଟ ଘନ ରବକ

 

ଅଚଳ ଉପର ପତନ ଚଡକ ତଦବତ ଉର କରକ

 

ଜଳଦ, ଜଳ ମଜ୍ଜନ ଚକ ମକ

 

ଉପଳ ଅନଳ ଜନମ କରଇ ତବତ ଖଳ ଏସନକ ।

(୨୦)

 

 

 

କଷଣ ଉପର କଷଣ ନକର ନ ଚଳ ବଡପଣ ରଖ

 

ଅନଳ ଗରଳ ଜନମ କରତ ଉରଗ ଅଶନର ସଖ

 

ଏ ରସ ଉପଇନ୍ଦ୍ର ଭଞ୍ଜ କହଇ

 

ମହଛନ୍ନ ଦଶରଥ ନରବର ତନୟ ରତନ ସରଇ ।

(୨୧)

 

ଅଷ୍ଟମ ଛାନ୍ଦ

ରାଗ-କୁମ୍ଭକାମୋଦୀ

 

 

ମତ୍ତଇ ଉପର ଶରଦ ଉଦୟ ଜଗତ ଗହନ

 

ଗଣ୍ଡ ଖଣ୍ଡକର ଗଜର ଗର୍ଜନ ତର୍ଜ୍ଜନ ।

(୧)

 

 

ମସ୍ତକ ରତନ ପତନ ଉଜ୍ଜ୍ୱଳ ନକ୍ଷତ୍ର ଛଳର

 

ଉଲଜ ତମସ ଗତ ଦରବଶ ପର୍ବତ କନ୍ଦର ।

(୨)

 

 

ଶଠ ଲକ୍ଷଣ ନ ବହଇ ଶରଦ ବଲ୍ଳଭ ପ୍ରବର

 

କଥନ ପଦ୍ମଜ ରଥ ରବଛଳ ପ୍ରନତ ଉତ୍ତର ।

(୩)

 

 

ଗଗନ ଛଇଳ ପତନ ରସତ ଅନ୍ତର ପ୍ରଣୟ

 

ମହହରଷ ରସବଶ ବଦନ ବନଜ ଉଦୟ ।

(୪)

 

 

ସର ନଦଜଳ ରଙ୍ଗ ଅମରକ୍ଷ ହତକ ଚପଳ

 

ବର୍ଦ୍ଧନ କର ସଉଧ ସଦନର ମହତ ଉଜ୍ଜ୍ୱଳ ।

(୫)

 

 

ସହଚର ପଣ ଲକ୍ଷଣ ବହଇ ଶରଦ ସମୟ

 

ଚକ୍ର ଉଭୟର କରଇ ସତ୍ୱର ଅନ୍ତର ସଭୟ ।

(୬)

 

 

ଜନମ କରଇ ପଦ୍ମ କଇରବ ହରଷ ପ୍ରକର

 

ତପନ ଚନ୍ଦ୍ର ଦରଶନ ରଚନ ପ୍ରକଟ କ୍ଷଣର ।

(୭)

 

 

ଏମନ୍ତ ସମୟ ଦରଶନ କ୍ଷଣ ପଙ୍କଜଉଷଣ

 

କଥନ ରଭସ ଗତ ଗଳଧର ସମୟ ଲକ୍ଷ୍ମଣ ।

(୮)

 

 

ଅଗସ୍ତ୍ୟ ଉଦୟ ଗଗନ ନଗର ଫଳର ଜଗତ

 

ମତ୍ତ ଅରଷଭ ଏସର କରଇ ପ୍ଲବଗଣ ହତ ।

(୯)

 

 

ପଙ୍କ କ୍ଷୟ ମହ ତପସ ଲକ୍ଷକ ଅୟନ ବରଜ

 

ହତପକ୍ଷ ମମବତ ଏ ଚନ୍ଦ୍ରତ କରତ ସହଜ ।

(୧୦)

 

 

ମଠ ନ ସହଇ ମରକଟବର କଣ୍ଟତ ବଳଇ

 

ଶ୍ରବଣ କ୍ଷଣ ଏ ବଚନ ଲକ୍ଷ୍ମଣ ଗମନ କରଇ ।

(୧୧)

 

 

ବଡ ଅଶକତ କରଇ ଉଚ୍ଛନ୍ନ ଉରଗ ଗରଳ

 

ଇଚ୍ଛଇ ଛଇଳରତ ରସଗଦ ମନତ ଚଞ୍ଚଳ ।

(୧୨)

 

 

ଉପଗତ ନରଇନ୍ଦ୍ର ବତ ଜବ ଅଗସ୍ତ୍ୟ ତପସ

 

ନଳ କଷଣ କଥନ ବଚ ମନ୍ତ୍ର ରଚନ ରଭସ ।

(୧୩)

 

 

ଏ ଅନ୍ତ ଅଚଳ ଉପର ଭ୍ରମଣ ଜଳଦ ବରନ

 

ଖଗ ନଗ ସର୍ବ ଅଗତ କଥନ ଏରସ ବଚନ ।

(୧୪)

 

 

ମଦନ ଅପଘନ ଧର କର୍ଦ୍ଦମ ତନୟ ଏ ସତ

 

ମମତ, ସଗର ତନୟ ଦଗଧ କରଇ ସନ୍ତତ ।

(୧୫)

 

 

ପରମ କଷ୍ଟ ଏ ନ ଭଜଇ ଘଟ ବହନ ବହନ

 

ମତ ଖଣ୍ଡ ତପବଶର ଏସନ କରମ ଅର୍ଜ୍ଜନ ।

(୧୬)

 

 

ଏକ ପଦ ବହ ମମ ଧନ ସଙ୍ଗ ସଙ୍ଗମ ଇଚ୍ଛଇ

 

ବଚନ ଏମନ୍ତ କଣ୍ଠ ବନ୍ଦ, ହତ ବକତ କହଇ ।

(୧୭)

 

 

ସତ୍ୟ ପଞ୍ଚଜନ୍ୟ ଉତ୍ତମ ଉପମ ବଚନ ତବର

 

ତପ ବଶ ଲଭ୍ୟ ରହଇ ସହଜ କନକ ନଗର ।

(୧୮)

 

 

ଏ ଅଙ୍ଗ ଧବଳ କର ଜଳକଣ ପତନକ୍ଷଣର

 

ତବ ଘନରସ ସଜ୍ଜନର ଅପଘନ ତ ଇତର ।

(୧୯)

 

 

କହଇ ବକ ଲଙ୍କଧବ ସ୍ୟନ୍ଦନ ଉପର ରଞ୍ଜନ

 

ଇଛସ୍ୱନକର ନୟନବନଜ ବନର ଭବନ ।

(୨୦)

 

 

ଦଶରଥଜ ଏ ବଚନ ଶ୍ରବଣ କ୍ଷଣ ଜରଜର

 

କଥନ କହ ସତ୍ୟ ତଳ ଦର୍ଶନ ଗମନ ପଥର ।

(୨୧)

 

 

ସହଜ ଏମନ୍ତ ସ୍ୱର କଳକଣ୍ଠ କଣ୍ଠର ଜୟକ

 

ଚପଳ ଉପଳ ଜଳର ତରଳ ସ୍ତମ୍ଭକ କରକ ।

(୨୨)

 

 

ବଇର ହତକ ଇଭ ଗଜପର ଶରଭ ସମ୍ବର

 

ସର୍ପ ଷଣ୍ଡର ଏକ ନୟନ ଦତ୍ତ କରକ ଅମ୍ବର ।

(୨୩)

 

 

ପୟ ଅଶନ କରଣ ଚଇତନ କ୍ଷୟର ବତ୍ସର

 

ଇନ୍ଧନବତ ବଦନ ସ୍ତନବତ ଶ୍ରବଣ ଏ ସ୍ୱର ।

(୨୪)

 

 

ନଗ ଉପର ଖଗ ତଳପତନ ଝଡଇ ପଲ୍ଳବ

 

ରସ ଅଶନ ଭରମ ପଦ୍ମପର ଭରମ କଦମ୍ବ ।

(୨୫)

 

 

ସପତ ସ୍ୱର ଜନମ କଳକଣ୍ଠ ଏସନ ଉତ୍ତର

 

ବ୍ରହ୍ମ ନନ୍ଦନ ଉପଗତ ଏସନ ତପସଚୟର ।

(୨୬)

 

 

କ୍ଷଣ ପ୍ରଭବକ ଉଜ୍ଜ୍ୱଳକରକ ବରଣ ଅମ୍ବର

 

ଅର୍ଣ୍ଣବ ମଧ୍ୟ କଟକ ଗତକର ଉଦ୍ୟମ ପ୍ରକର ।

(୨୭)

 

 

କଥନ ଖରପର ମମ ଅନ୍ତର ଦଇବର ବଳ

 

ଜଗତଜନଙ୍କ ରଞ୍ଜକ ଏମନ୍ତ ଈକ୍ଷଣ ସକଳ ।

(୨୮)

 

 

କବନ୍ଧ ବଧକ ଅନ୍ଧକ ଅନ୍ତକ ବନ୍ଦନପୟର

 

ଉପଇନ୍ଦ୍ର ଭଞ୍ଜ ଅନବରତର ଭଜଇ ମନର ।

(୨୯)

 

ନବମ ଛାନ୍ଦ

ରାଗ-ଆଷାଢ଼ ଶୁକ୍ଲ

 

 

ବକବର କର ଶ୍ରବଣ, ଏମନ୍ତ ପରମ ରମ୍ୟଈକ୍ଷଣ

 

ମଦନମଦ ବରଧନକର, ସକଳ ଚପଳ ଚଞ୍ଚଳତର

 

ଜଗତରଞ୍ଜନ, କର ଭୟକ ଶରଣ ଅଞ୍ଜନ ।

(୧)

 

 

ଅଳକ ଛନ୍ନ ଜଳଜତନୟ, ରଚନ ଏସନ ଅକ୍ଷରଚୟ

 

ସଙ୍ଗରଙ୍ଗ ଅଧବଳ ଧବଳ, ସତ, ରଜ, ତମ ସଜ୍ଜନସ୍ଥଳ

 

ସ୍ୱର୍ଗତକ ମର୍ତ୍ତ୍ୟ, ଅନ ଉପମ ଏ ନୟନ ସତ ।

(୨)

 

 

ପ୍ରସନ୍ନ ଈଷଣ ପତନ ସ୍ଥଳ, ମଣ୍ଡନ କରଇ ତମ ଉତ୍ପଳ

 

ଜଗତ କରଇ ନୟନମୟ, ମମ ବଳପର ପର ଉଦୟ

 

ବଡତ ନ କର ଅମରବତ ଦଶନକ ନର ।

(୩)

 

 

ବଦନ ନୟନ ରମ୍ୟ ଏମନ୍ତ, ପ୍ରତ୍ୟକ୍ଷ ଦର୍ଶନ ବଇର ହତ

 

କମଳଧର ଉପର କମଳ ଏତ ବଡ ଅସମ୍ଭବ ଅମଳ

 

ଅନ୍ୟ କପଳର, ପର ଅପଚୟ ହରଷ ହର ।

(୪)

 

 

 

ଝଟ ଝଟ ତ ପଲକ ପତନ, ଉପମଗଣ ଖଣ୍ଡନ କର୍ତ୍ତନ

 

ଧଇର୍ଯ୍ୟ ଚନ୍ଦ୍ର କବଳକ ମନ, ତମ ରଚନ ପ୍ରଚଳ ଲପନ

 

ଝଲକ ପଲକ। ଏସନ ପ୍ରସନ୍ନ ମନ ହରକ ।

(୫)

 

 

ଅନଳ ଛଟକ କର୍ଣ୍ଣ ଦର୍ଶନ, ବହଇ ଝଟକ ରତନଗଣ

 

ଲମ୍ପଟ ଈକ୍ଷଣ ମତ୍ସ୍ୟ ଏମନ୍ତ, ଝଟ ଝଟ ସତ ଗମଇ ଅନ୍ତ

 

ଏ ଉପଲକ୍ଷଣ। ମନ ହରଷ କରଇ ତକ୍ଷଣ ।

(୬)

 

 

ବଦନ ପଦ୍ମ ଉପର ରଞ୍ଜନ, ନୟନ ଉଭୟ-ମତ୍ତ-ଖଞ୍ଜନ

 

କମ୍ପନ କରଇ ପଲକ ପକ୍ଷ, ସର୍ବ ସନମତ ଏମନ୍ତ ଲକ୍ଷ

 

ଏ ଦର୍ଶନ ବଶ ସମସ୍ତ ପରସ୍ମର ନରଈଶ ।

(୭)

 

 

ସହଜ ଧନ କନକ ସ୍ୟନ୍ଦନ, ଅଞ୍ଜନ ବନ୍ଧନ ହୟ ନୟନ

 

ଅନବରତ ଚହଟ ଚଳନ, ନଭ ସଦ ନର ଉରଗ ମନ

 

ଜନକ ଏ ଭୟ। ଇଚ୍ଛଇ ପଞ୍ଚଶର ସମଜୟ ।

(୮)

 

 

ଅମ୍ବକମଧ୍ୟ ଅନ୍ତତଃ ଚଞ୍ଚଳ, ଶତଦଳ ପରମତ୍ତଭ୍ରସଳ

 

ବହଳ ମରନ୍ଦ ପଦ ଜଡଇ, ଅଙ୍ଗ କମ୍ପନ କର ନ ଉଡଇ

 

ପଦ୍ମପତ୍ରଦ୍ୱୟ। ଗତ ମନତ ନ କରଇ ଥୟ ।

(୯)

 

 

 

ରମ୍ୟ ଜଳମୟ ଲପନ ସର ହସ କଇରବ ଉଦୟ କର

 

ଅନଳ ପରଶ ମତ୍ସ୍ୟନୟନ, ମଧ୍ୟ ମରକତ ପ୍ଲବ ଚଳନ

 

ବକ୍ର ଦରଶନ କରଇ ତଦ ପର୍ଯ୍ୟନ୍ତ ଗମନ ।

(୧୦)

 

 

ପକ୍ଷ ଅର୍ଣ୍ଣବ ମଥନ ସମୟ, ଲକ୍ଷଣ ବହଇ ନୟନ ଦ୍ୱୟ!

 

ଗରଳ ତରଙ୍ଗ ତରଳତର, ସକଳ ଜନର ତରଳକର

 

ଅମର ଅଶନ। ଜନମ କରଇ ସତ ନୟନ ।

(୧୧)

 

 

ଅକଥଦତ ଈକ୍ଷଣ ପ୍ରସଙ୍ଗ, ପତଙ୍ଗ ଭବହ୍ରଦ ଗଙ୍ଗ ସଙ୍ଗ

 

ପରଶ ସ୍ମର କଳମଷହର ସଜ୍ଜନ ଜନର ଯଶ ଇତର

 

ଧନ୍ୟ ପରସନ। ଅନ୍ୟ ଅମ୍ବକ ବନ୍ଧନ ସଦନ ।

(୧୨)

 

 

ରହସ୍ୟ ବନଜନନ୍ଦନ ଏଣଦ୍ୱୟ ସବଦନ ବନ୍ଧନ

 

ଅଧର ପଲ୍ଳବ ଅଶନ ଅର୍ଥ, ରଭସ ଚଞ୍ଚଳ ଅସମରଥ

 

କଜ୍ଜ୍ୱଳ ଚମର ପ୍ରତ୍ୟକ୍ଷ ପରକଟ ଚରମର ।

(୧୩)

 

 

ଅର୍ଦ୍ଧ ଚନ୍ଦ୍ରବତ ଅତକତଳ, ଖଣ୍ଡ-ଶଶଧର ଗଣ୍ଡମଣ୍ଡଳ

 

ମନ୍ଦହସ ନବବଳକ୍ଷକର ଅମ୍ବକ ମଧ୍ୟ ତମସ ସଦର

 

ଅଞ୍ଜନ କପଟ ଶ୍ରବଣରନ୍ଧ୍ର ଗମନ ଲମ୍ପଟ ।

(୧୪)

 

 

 

ଉନ୍ନତ ଗନ୍ଧବହ ଖଗବର ଥଣ୍ଟ ଉପମ ଦରଶନ ଦର

 

ପ୍ରକଟ ନୟନପନ୍ନଗଧବ ଦରଶନ ଦର

 

ଗତ ଜବ। ତରଳ ବଳର ବମନ କରଇ କଜ୍ଜଳ ଗର ।

(୧୫)

 

 

ହସ୍ତବଳୟ ପଦ କଟକର ସ୍ୱନ ପ୍ରଖର ମର୍ଦ୍ଦଳ ଝର୍ଝର

 

ସରସ ବଚନ ପଞ୍ଚମସ୍ୱର,ଇକ୍ଷଣ ନର୍ତ୍ତକ ନତ୍ତନ କର

 

ବସନ ପଣନ୍ତ। ଚଳନ ରଞ୍ଜନ ଅଞ୍ଜନ ସତ ।

(୧୬)

 

 

ନୟନତ ମନମଥର ଶର, ଉଦୟ ନବମ ଲଗ୍ନ ସଙ୍ଗର

 

ପ୍ରଜ୍ଜଳ କଜ୍ୱଳ ଛଳ ସଗର ବନଭବନଜନ ତପହର

 

ପକ୍ଷ୍ମ ପକ୍ଷଧର । ଯଶ ଉଦୟକ ମନମଥର ।

(୧୭)

 

 

ବଡ ଦରବଶ ହର ପଥର, ଏ ଅଙ୍ଗ ଏସନ ତରଳକ

 

ଉର ଶରଣ ଉରଜ କପଟ, ଗ୍ରହଣ କରକ ପ୍ରଚ୍ଛଦପଟ

 

ଏମନ୍ତ ଇଶ୍ୱର। ଜଗତ ଛନ୍ନ କରଣ ଇତର ।

(୧୮)

 

 

ନୟନ ଉତ୍ତମ ଝଲକ ଭଲ ସରଳ କଜ୍ଜ୍ୱଳ ମହାଉଜ୍ଜ୍ୱଳ

 

ନ କରଇ ଅପଘନର କ୍ଷତ, ପ୍ରଶଇ ସତ୍ୱର ଅନ୍ତରଗତ

 

ଅସମ୍ଭବ ବତ। ଦମ୍ଭହତ ରକ୍ତ ବ୍ୟକତ ଅନ୍ତ ।

(୧୯)

 

 

 

ଗଣଇ ସନ୍ତତ ଗଣ ଈଶ୍ୱର, ତପ ଲକ୍ଷଣ ଜପ କପଟର

 

ସମ ଉପମ ମନ ନ ଧରଇ ଏକଲୟର ସମୟ ହରଇ

 

ଏସନ ନୟନ । ବର୍ଣ୍ଣନ କର ବର୍ଣ୍ଣନ ଗହନ ।

(୨୦)

 

 

ଦଶକ ନୟନ ଦରଶନର, ଇନ୍ଦ୍ର ଦଶଶତନୟନ ଧର

 

ରମ୍ୟ କଥନତରସ । ଅନନ୍ତ ସହସ୍ର ଲପନ ଧରକ

 

ସତ। ଏସନ ନୟନ ମମ ସମ ଧର ଜଳଭବନ ।

(୨୧)

 

 

ଏ କଥନ ଖର ଖର ଅନ୍ତକ ବକ ହରଷକ ବରଦତ୍ତକ

 

କନକ ନଗର ଗମନ ମନ, ଗମନ ବିଶ ଚ୍ଛଦନ ସଦନ

 

ଏ ରସ କହଇ । ଉପଇନ୍ଦ୍ର ଭଞ୍ଜ ଅଘ ଦହଇ ।

(୨୨)

 

ଦଶମ ଛାନ୍ଦ

ରାଗ-ରାମକେରୀ

 

 

ସଲକ୍ଷଣ ମଖ ରକ୍ଷଣ ତଇ ଅଚର ଇନ

 

ଚଳଇ ଫରଳ ପର ଚଞ୍ଚଳ ମନ ।

(୧)

 

 

ଖଗ ନଗ ଅଗ୍ର ରଚନ ସପ୍ରତନ ବଚନ

 

କହ କହ କଲ ଏସନ ପରସନ୍ନ ଦର୍ଶନ ।

(୨)

 

 

ସତ ଶତ ଶତ କଳପ ଏକମନ ମଦନ

 

କରଣ ଇଇଳ ରତନ ଅପଘନ ଯତନ ।

(୩)

 

 

ସ୍ୱର୍ଣ୍ଣ ବର୍ଣ୍ଣ ଲକ୍ଷ ଇଚ୍ଛଇ ସମ ଅସମରଥ

 

ପଡଇ ଅନଳ ଜଡଇ ଜଳମଜ୍ଜନ ଅର୍ଥ ।

(୪)

 

 

ଝଟକ ଛଟକ ଅଳପ କ୍ଷଣପ୍ରଭ ଲଭଇ

 

ବସନ୍ତ ବସନ ଗ୍ରହଣ ଅନ୍ତ ସତ କରଇ ।

(୫)

 

 

ସର୍ବ ସନମତ ଏମନ୍ତ କଚଚୟ ବହଇ

 

ସହଜ ବରହ ଗହଳ ଉପଲକ୍ଷ ଧରଇ ।

(୬)

 

 

ହରଇ ଭ୍ରମର ଅମରବର ରତ୍ନ ବଚନ

 

ଚମର ତରଙ୍ଗ ପ୍ରଲମ୍ବ ବଜ୍ର ଅବଲମ୍ବନ ।

(୭)

 

 

ଏଣ ମଦଗନ୍ଧ ସମ୍ପଦ ଅନବର୍ତ୍ତ ସଘନ

 

ବନ୍ଧନ ଛନ୍ଦନ ବନ୍ଧନ କର ସକଳ ମନ ।

(୮)

 

 

ଉତ୍ତମ ଘନ ତମ ତମ ଗର୍ବ ଖର୍ବକ ସତ

 

ସର୍ବ ସଲକ୍ଷଣ ଉପମା ନ ଘଟଇ ଜଗତ ।

(୯)

 

 

ଦର୍ପକ ଦର୍ପଣ ବଦନ ସମ ରଚଇ ଯତ୍ନ

 

ଦର୍ପ ହତ ଅର୍ଥ ହସଇ କର୍ଣ୍ଣ ଦର୍ପଣ ରତ୍ନ ।

(୧୦)

 

 

ଅଲକ୍ଷ ଇଚ୍ଛଇ ବଳକ୍ଷକର ହତଲକ୍ଷଣ

 

ସମସ୍ତ ସମୟ ସମ ଏ ନ କରଇ ରକ୍ଷଣ ।

(୧୧)

 

 

ଅନ୍ୟ ଅନ୍ୟ ସଙ୍ଗ କରଇ କନ୍ୟ ଧନ୍ୟ କଳଙ୍କ

 

ଜନମ ଜନମ ରଖଇ ମନ ଏସନ ଦଳ ।

(୧୨)

 

 

କମଳ ମଜ୍ଜନ କମଳ ମଧ୍ୟ ଗଳ ପର୍ଯ୍ୟନ୍ତ

 

ତପନ ଭକତ ଲପନ ସମ ଜପନ ସତ ।

(୧୩)

 

 

ପନ୍ଦର ବୟସ ମନ୍ଦର ସ୍ତନ ମହ ଉନ୍ନତ

 

ଅବଲମ୍ବକର ଅପର ଯକ୍ଷ କନ୍ଦର ମତ ।

(୧୪)

 

 

ମଧ୍ୟ ଭଗନ ଦରଶନ ନ ବଢଇ ଅତ୍ୟନ୍ତ

 

ରଖାଇ ତରଳ ଅଗସ୍ତ୍ୟ ସତ୍ୟ ବଶ ଏମନ୍ତ ।

(୧୫)

 

 

ଇଚ୍ଛଇ ଅଛଇ ସ୍ତନର ଲକ୍ଷ୍ୟ କନକଧର

 

ତ୍ୟକ୍ତ ନ କରଇ ଜଳକକର କର ପ୍ରକର ।

(୧୬)

 

 

ଜମ୍ବପର ସଙ୍ଗ ରଚନ ରଅବସନବଶ

 

ଏ ଘଟଣ ସମ ଘଟଇ ଘଟ ସ୍ୱର୍ଣ୍ଣକଳଶ ।

(୧୭)

 

 

ଶତଦଳ କଢ଼ ସ୍ତବକ ଚକ୍ର ଚକ୍ର ଉଭୟ

 

କନକ କଚ୍ଛପ ପର୍ବତବତ ଲକ୍ଷ ଉଦୟ ।

(୧୮)

 

 

ମଦନ ବସନ ସଦନ ଏ କହଇ ଅଧମ

 

ଉଚ୍ଚ ସଞ୍ଚ ଘଞ୍ଚ କର୍କଶ ବହଇ ଏ ଉପମ ।

(୧୯)

 

 

ହତ ମତ୍ତ ଚକ୍ର ଧରଇ ହର ଏମନ୍ତ ବଦ

 

ରସ ରତନ ରହସ୍ଥଳ ରମ୍ୟ ଉରଜ ପଦ ।

(୨୦)

 

 

ପଦ ରଙ୍ଗ ନବ ପଲ୍ଲବ ଏକଲବ ଧରଇ

 

ସକଳଦଣ୍ଡ ଦଣ୍ଡବତ ଅଲକତ କରଇ ।

(୨୧)

 

 

ନଖ ଝଟକଇ ଅଲକ୍ଷ ଗମନ ଛଦ୍ମ

 

ଅଚଳ ଉପଳ ଉପର ଜନ୍ମ କରଇ ପଦ୍ମ ।

(୨୨)

 

 

ଚରଣ ପତନ ସ୍ଥଳର ରଣ ରଣ ଭ୍ରମର

 

କହଇ ଏ ସ୍ଥଳ କମଳ ରସଗନ୍ଧର ଘର ।

(୨୩)

 

 

ଏମନ୍ତ ବଚନ ରଚନ କର ଭ୍ରମଣ ବନ

 

ଧନର ଗମନପ୍ରସଙ୍ଗ ସକଳର କଥନ ।

(୨୪)

 

 

ଏକ ରକ୍ଷ ଦଶବଦନ ଅଙ୍ଗ ଗତ ରହଇ

 

ବଳ ବନ୍ଧନ ଏଣ ମତ ଇତସ୍ତତ ବହଇ ।

(୨୫)

 

 

ଗଗନ ପଥଗତ ରଥ ପତ୍ରରଥ ସ୍ୱଚ୍ଛନ୍ଦ

 

ଯଜ୍ଞ ଅନ୍ନ ଗତ ଶ୍ୱପଚ ହସ୍ତ ଦଇବ ମନ୍ଦ ।

(୨୬)

 

 

ରଞ୍ଜନ ଉତ୍ତର ଶ୍ରବଣ କ୍ଷଣ ଖଗ ବରହ

 

ଉପଇନ୍ଦ୍ର ଭଞ୍ଜ ଶରଣ ଭଗଭୟଘ୍ନ ପଦ ।

(୨୭)

 

ଏକାଦଶ ଛାନ୍ଦ

ରାଗ-କାଳୀ

 

 

ଗତ କର୍ମଟକଟକ ମଧ୍ୟ ଲକ୍ଷ୍ମଣ ଖରତର

 

ଜବ ଖଡଦ ତନୟ ମଦ ମର୍ତ୍ତନ ଏକ ଶର ।

(୧)

 

 

ନକ୍ଷତ୍ର ଶଦ୍ଦ ରଞ୍ଜନ ବନ ଅର୍ଘ୍ୟ ବନ୍ଦନ କର

 

ସତ୍ୱର ଅମରଷ ଅନ୍ତର ପ୍ରସନ୍ନ ଦର୍ଶନର ।

(୨)

 

 

ପ୍ଲବଗବର୍ଗ ସଙ୍ଗ ଲକ୍ଷ୍ମଣ ପରଶ୍ରବଣ ଗତ

 

ଘନ ବଚନ ହରଷ ଧନ ଲଭ୍ୟକରକ ।

(୩)

 

 

ଖରବରଜ ସ୍ୱଅବରକ ଓଳଗ ପଦତଳ

 

ତବ ଅନ୍ତର ଦର୍ଶନ କର ଭଲ୍ଲ ମର୍କଟବଳ ।

(୪)

 

 

ଏମନ୍ତ ଜଡ ରଞ୍ଜନ ଜନ ସମୟ ଉତପନ୍ନ

 

ଉତ୍ତର ଗନ୍ଧବହ ବହଇ କମ୍ପନ ଅପଘନ ।

(୫)

 

 

ମହବହଳ ପଟ୍ଟକମ୍ବଳ ବଶକ ସର୍ବ ନର

 

ଅହ ଅଳପ ଲବକଳପ କରଇ ଅଧନର ।

(୬)

 

 

ଘସ୍ତର ଅନ୍ତ ଅନ୍ତକ ମତ ଏକ ହରଷ ଭଷ୍ମ

 

ଘନ ଉନ୍ନତ ସ୍ତନ ଶରଣ ଜନ ଲଭଇ ଉଷ୍ମ ।

(୭)

 

 

ଫଳ ଅଶନ ଖଗ ସସ୍ୱନ ନବ ଅର୍ଭକବତ

 

କରଟ ଚୟ ରମ୍ୟ ଉଦୟ ଘନ ଦର୍ଶନ ହତ ।

(୮)

 

 

ତପସ ଘନ ତପ ଗହନ ଅବଳ ବଳବନ୍ତ

 

ବହନ ଶତଦଳଗହନ ଦହନ କର ସତ ।

(୯)

 

 

ରତ ମତ୍ସଳ ମର ଭ୍ରସଳା ଦରଶନ କ୍ଷଣ

 

ଭ୍ରମଣ ବନ ଇଚ୍ଛଇ ଦବଦହନ ସ୍ୱମରଣ ।

(୧୦)

 

 

ନବ ଦଇବ ପଣ ବହଇ ଏ ସମୟର ସ୍ମର

 

ଦ୍ୱନ୍ଦ୍ୱ ଜନଙ୍କ କରଇ ଏକ ପଲ୍ୟଙ୍କ ଶୟନର ।

(୧୧)

 

 

ରଖଇ ଜଳ ଅନଳ ମଧ୍ୟର ତତପର

 

ଚନ୍ଦ୍ର ଚନ୍ଦନବତ ରଞ୍ଜନ କର ତପନକର ।

(୧୨)

 

 

ଏ ସମୟର ମର୍କଟବର ଅଗ୍ରତ ଖରପର

 

କଥନ ରମ୍ୟତର ଉତ୍ତର ମମ ଶରଣକର ।

(୧୩)

 

 

ଜନ୍ମତଜନ ଗର୍ବଗଞ୍ଜନ ସମୟ ପରକଟ

 

ଅନଳ ତପ୍ତ ଇଚ୍ଛକ ସପ୍ତଦ୍ୱୟ ଏମନ୍ତ କଷ୍ଟ ।

(୧୪)

 

 

ଜନ ମଧ୍ୟସ୍ଥ ଉଷ୍ମର ଅର୍ଥ ପ୍ରଚଣ୍ଡ ଧନଞ୍ଜୟ

 

ବସ୍ତ୍ର ଓଢଣ କର ଇନ୍ଧନ ବ୍ରହ୍ମର ଛନ୍ନଭୟ ।

(୧୫)

 

 

ଏ କଷ୍ଟ ନ ସମର୍ଥ ବଳକଟ ପଟ୍ଟ କରତ ମନ

 

ହରଇ ଧନ ଅଙ୍ଗ ବସନ ପଣତ ସପତନ ।

(୧୬)

 

 

ଏ ବଡ ଦଣ୍ଡ ଖଣ୍ଡନ ଚଣ୍ଡକର ନନ୍ଦନ ଜବ

 

ସ୍ମର ଜଡଇ କଷଣ ହର ଚର ବରଗ ଜବ ।

(୧୭)

 

 

ଛଇଳରତ୍ନ ରହ ନଗର ଚର କଥନ କ୍ଷଣ

 

ସକଳ ଗଢ ରଣ ଅନର୍ଥ ରଚନ ଧର୍ମପଣ ।

(୧୮)

 

 

କମଳ ଜଳ ପଦ୍ମ କମଳ କମଳ ଏଣବ୍ରଜ

 

ଚନ୍ଦ୍ର ଶଦ୍ଦକ ଶଶମଣ୍ଡନ କନକ ଜଡରଜ ।

(୧୯)

 

 

ଏମନ୍ତ ଭବ ଅନନ୍ତ ମମ ଧନ ଶବଦ ଧର

 

ଇଚ୍ଛଇ ଦଶକନ୍ଧ ଏମନ୍ତ ଏତ ଅବଧ୍ୟ ପର ।

(୨୦)

 

 

ସର୍ବ ସମ୍ମତ ଏମନ୍ତ ମତ ଗତ ମର୍କଟ ଭଟ

 

ମଳୟ ନଗ ଧବ ଉଦୟ ଅସ୍ତ ପର୍ଯ୍ୟନ୍ତ କଣ୍ଟ ।

(୨୧)

 

 

ଏ ଅନ୍ତ ପ୍ରଭଞ୍ଜନ ନନ୍ଦନ ସଙ୍ଗ ଈଶ ଜଗତ

 

କଥନ ଧନ ମହରଞ୍ଜନ ଗତ ରହସ୍ୟ ସତ ।

(୨୨)

 

 

ଆଶ୍ରୟ

 

 

 

ମମ ଉତ୍ସଙ୍ଗ କରଇ ରଙ୍ଗ ଧନ ରହସ୍ୟ ଅର୍ଥ

 

ଦର୍ଶନ କ୍ଷଣ ମତ୍ତ ନର୍ତ୍ତନ ଷଡଲପନରଥ ।

(୨୩)

 

 

କର ଦର୍ଶନ ଏମନ୍ତ ଉଜ୍ଜ୍ୱଳ ଗଂଡସ୍ଥଳ

 

ନୟନ ଜଳ ଜର୍ଜ୍ଜର ବଶ ବସ୍ତ୍ରଘର୍ଷଣ ଫଳ ।

(୨୪)

 

 

ସ୍ତନ ରଞ୍ଜନ ଇଚ୍ଛଳ ବଡ ବଡ ପର୍ବତଗଣ

 

ସହକ ଜଡ ତପନକର କଷଣ ବରଷଣ ।

(୨୫)

 

 

ହର ଭକତ ରଜତ ପ୍ରସ୍ତର ଫଳ ଏ ସମୟ

 

ବହଇ ଧନ ଉରଜ ସମ ରମ୍ୟ ରଖ ଏ ଲୟ ।

(୨୬)

 

 

 

 

ଅଦ୍ଭୁତ

 

 

 

ଗତ ଏମନ୍ତ ସମୟ ସତ ସକଳ ଶଶଧର

 

ଅନବରତ ଉଦୟ ଅସ୍ତ ନବତପନ ପର ।

(୨୭)

 

 

ଦର୍ଶନ କର ଏସମୟର ଏମନ୍ତ ଅସମ୍ଭବ

 

ରକତପଦ୍ମ ମଧ୍ୟ ଶୟନ ଅର୍ଦ୍ଧ ନକ୍ଷତ୍ରଧବ ।

(୨୮)

 

 

କହ ପ୍ରଥମ ସଙ୍ଗ ସମୟ ଉଭୟଙ୍କର ସତ୍ୟ

 

ମହ ମଧ୍ୟସ୍ଥ କଜ୍ଜ୍ୱଜଳଧ୍ଵଜ ଉପର କର ଦତ୍ତ ।

(୨୯)

 

 

ପରସ୍ପରର ଅନ୍ୟ ଶରଣ ଅଛଇ ଏ ଜଗତ

 

ଅନ୍ତରଗତ ବଶ ଅନ୍ତର ନକର ସତ୍ୟବ୍ରତ ।

(୩୦)

 

 

କହ ଏମନ୍ତ ଭବ୍ୟ ଜଗତ ଜନ ବଚନ ସ୍ୱଚ୍ଛ

 

ତବ ସ୍ୱପଦ ଧବ ସ୍ୱପଦ କଥନ ଅଗ୍ର ପଛ ।

(୩୧)

 

 

ଉଭୟ ଜନ ଜନମ ଜନ୍ମ ଏମନ୍ତ କର୍ମବନ୍ତ

 

ଏ ବଡ ରଙ୍ଗ ନ କର ଭଙ୍ଗ ବଲ୍ଲଭ ଇତସ୍ତତଃ ।

(୩୨)

 

 

 

 

ଏ ଅନ୍ତରର କରପଲ୍ଳବ ମଣ୍ଡନ ଦତ୍ତକର

 

ଏ ସମ ଦଣ୍ଡ ଶମ ଉଦଣ୍ଡ କହ ଉଚ୍ଛନ୍ନ ହର ।

(୩୩)

 

 

କର ଅଙ୍ଗଦ ସଙ୍ଗ ଗମନ ତବ ସପତ ଜନ

 

କଣ୍ଟ ପଇଠ ନ କର ମଠ ରଖ ଏ ତନମନ ।

(୩୪)

 

 

ଏଅନ୍ତଚର ଗମନ ଖର ପଥର ଉପଗତ

 

ବରଇ ମତ ଏକ ଅସ୍ରପ ଜବ କରକ ହତ ।

(୩୫)

 

 

ବନ ପର୍ବତ କନ୍ଦର ସର୍ବ କଟକ ଖର୍ବଟକ

 

ଅତ୍ୟନ୍ତ କର ଗମନ ପର ସମଦ ଏକ ଏକ ।

(୩୬)

 

 

ସପ ନଗରବତ ରନ୍ଧ୍ରର ଦର୍ଶନ ଏକ ସ୍ଥଳ

 

ଲଭ୍ୟ ଉଦନ୍ତ ସ୍ୱର୍ଣ୍ଣନଗରଗତ ଦଇବବଳ ।

(୩୭)

 

 

ଏ ସମୟର ଗତ ମକର ଅଙ୍ଗଦ ବଡ ଚ୍ଛନ୍ନ

 

ମରଣ ଅର୍ଥ ମନ ସମର୍ଥ କରଣ ଅନଶନ ।

(୩୮)

 

 

ଏକ ପତଙ୍ଗ ସପକ୍ଷ ଅଙ୍ଗ କଥନ ସ୍ୱମଙ୍ଗଳ

 

ଲଙ୍କ କଟକ ବର୍ତ୍ମ ଦର୍ଶନ କର ସପକ୍ଷ ବଳ ।

(୩୯)

 

 

ଗମନ ମନକର ପବନ ନନ୍ଦନ ତତପର

 

କହଇ ଉପଇନ୍ଦ୍ର ଏ ରସ ଜନ ହରଷକର ।

(୪୦)

 

ଦ୍ୱାଦଶ ଛାନ୍ଦ

ରାଗ-କଳସା

 

 

ଏ ସମୟ ବସନ୍ତ ରଞ୍ଜନର ସମୟ

 

ହରଷକର ସନ୍ତତ ଜଡ ବର ଚୟ ।

(୧)

 

 

ଜମ୍ବପର ମଳୟ ଗମନ ତତପର

 

ପଦ୍ମଭବ ବ୍ରହ୍ମନଗ ପର ବସ କର ।

(୨)

 

 

ବନ ଭ୍ରମଣ ରଚନ ଧନବନ୍ତ ନର

 

ପ୍ରଭଞ୍ଜନ ଇଞ୍ଜନ ବ୍ୟଜନ ସର୍ବକର ।

(୩)

 

 

ସହଜ ମଦନ ସଖ ସହ ସରଞ୍ଜନ

 

ନରଧବ ପଦର ଭୟଦ ଏକ ଜନ ।

(୪)

 

 

ଏ ସମୟ ପବନନନ୍ଦନ ତତପର

 

ଅମର ଦର୍ତ୍ମର ଅପହର ଭୟଙ୍କର ।

(୫)

 

 

ଉତ୍ତମ ବଳ ନଗର ପର ଶ୍ରମହର

 

ନଗର ଗତ ବତ୍ସ ପଦର ତତପର ।

(୬)

 

 

ଦଶକନ୍ଧ ବନ୍ଦନ ନଗରର ମଧ୍ୟର

 

ଭ୍ରମଣ କର ପବନ ନନ୍ଦନ ସଙ୍ଗର ।

(୭)

 

 

ଦର୍ଶନ କ୍ଷଣ ଦଣ୍ଡକକର କରତର

 

ତଦନ୍ତର କଥନ ଉଦନ୍ତ ଯ ସକଳ ।

(୮)

 

 

ଉଷଣ ପଦ ବହକ ଦରଶନ ବନ

 

ଏ ଉପମ ଲଭ୍ୟକ ଜନ୍ମଅନ୍ଧ ନୟନ ।

(୯)

 

 

ମଉନ ତକ୍ଷଣ କଥନ ପ୍ଲବଗ ଭଟ

 

ମନର ରଚନ ଦଶକନ୍ଧର କପଟ ।

(୧୦)

 

 

ରହ ସ୍ଥଳର ପ୍ରସଙ୍ଗ ସକରମଣ୍ଡନ

 

ଦତ୍ତ କରକ ନୟନ ଜଳ ଅକଥନ ।

(୧୧)

 

 

ଉଦନ୍ତ କଥନ ଉର୍ଦ୍ଧ୍ୱ ରତ୍ନ ସମର୍ପଣ

 

ଗମନକର ପବନ ନନ୍ଦନ ତକ୍ଷଣ ।

(୧୨)

 

 

ରମ୍ୟ ଗହନ ଦର୍ଶନ ଭଗ୍ନକର ଜବ

 

ରକ୍ଷ କର ଲଙ୍କବର ଲବ୍ଧ କର ରବ ।

(୧୩)

 

 

ଅକଳନ ବଳ ଗତ ମରଣତ ଜବ

 

ଅକ୍ଷୟ କ୍ଷୟକ ଇନ୍ଦ୍ର ଜୟ ପରଭବ ।

(୧୪)

 

 

ଭରଗ ବନ୍ଦନ କର ନଗର ଜ୍ୱଳନ

 

ନବ ରତନ ମୟ ଭବନ ସରଚନ ।

(୧୫)

 

 

ପ୍ରଭଞ୍ଜନ ନନ୍ଦନ ଗମନ କର ଜବ

 

ନକ୍ଷଚ୍ର ଶଦ୍ଦ ନନ୍ଦନ ସହକର ସ୍ତବ ।

(୧୬)

 

 

ଜଗତ ମଙ୍ଗଳ କର ଶ୍ରବଣର ଘନ

 

ବଳ ସହ ପତଙ୍ଗ ନନ୍ଦନ ସଗମସନ ।

(୧୭)

 

 

ଅର୍ଣ୍ଣବତଟର ବନ ନଗ ରଙ୍ଗକର

 

ବର୍ଜ୍ଜନ ଅର୍ଥ ଶୟନତ ଅଶନକର ।

(୧୮)

 

 

ଅସ୍ରପବର ଚର ଉଦନ୍ତ ଲବ୍ଧକର

 

ଶ୍ରବଣ କ୍ଷଣ ଜବନ ହରଷ ସତ୍ୱର ।

(୧୯)

 

 

ଏକ ଉଦର ଜନନ ଅବରଜ ବଚ

 

ଅସହ୍ୟ ତ୍ୟକ୍ତ କଥନ ଶରଣ ତ ସଞ୍ଚ ।

(୨୦)

 

 

ଗମନ କର ଜଗତଜନକ ପୟର

 

ଦଣ୍ଡବତ କର କଥନବ ଏ ଉତ୍ତର ।

(୨୧)

 

 

ଯମଦର ପଟ୍ଟବସ୍ତ୍ର ମସ୍ତକ ବନ୍ଧନ

 

ପଦ ଦତ୍ତ କର ଜବ ତବ ଲଙ୍କ ଇନ ।

(୨୨)

 

 

ଭୟଦ କରଣ ଜବ ରଚନକ ସ୍ତବ

 

ଜଳନର ଧବ କଥନକ ବର୍ତ୍ମ ଭବ ।

(୨୩)

 

 

ପ୍ଲବନ ଉଲ୍ଳବର୍ଗ ନଗ ବନ୍ଧଭର

 

ନଳ ସ୍ପରଶର ତ ରହକ ଜଳପର ।

(୨୪)

 

 

ତରଣ ଲବଣଜଳ ଲଙ୍କ ପରବତ

 

ପରସ୍ଥ ସକଳ ବନ ଫଳଭକ୍ଷରତ ।

(୨୫)

 

 

ବଳ କଳନର ଲଙ୍କଧର ତତପର

 

ମନ୍ତ୍ରଣ କରକ ଜବ ବରଗଣକର ।

(୨୬)

 

 

ବନ୍ଧନ ପତନ ଖରପର ତ୍ୟକ୍ତକର

 

ଏଅନ୍ତ ଗମନ ଧନ୍ୟ ଧନ୍ୟ ଜନ୍ୟ କର ।

(୨୭)

 

 

ଅସ୍ରପ ବର କପଟ ବଚନ କଥନ

 

ତପ ପରକଟ ବନ ଦହନ ବହନ ।

(୨୮)

 

 

ମଳୟ ପବନ ଚନ୍ଦ୍ର ଚନ୍ଦ୍ର ଚନ୍ଦ୍ରକର

 

ଜଳଯନ୍ତ୍ର ଭବନ ମନ ହରଷକର ।

(୨୯)

 

 

ତପନ ପ୍ରବଳ କର କର ପ୍ରକଟ

 

ସକଳ ଜଳ ବର୍ତ୍ମନ ଗମନ ଅଟକ ।

(୩୦)

 

 

କପଟ ଶଙ୍କର ଧର ଶଦ୍ଦର କଷଣ

 

ଘଟଶ୍ରବନ୍ତ୍ର ହତ ଇନ୍ଦ୍ର ଜୟ ମରଣ ।

(୩୧)

 

 

ଶ୍ରବଣ ଅସ୍ରପବର ରଣର ଗମନ

 

ଅସଂଖ୍ୟକ ବଳ ସହ ଶର ବରଷଣ ।

(୩୨)

 

 

ସପତ ଅହ ପ୍ରକଟ ଅସଂଖ୍ୟକ ରଣ

 

ତଦନ୍ତର ଦଶକନ୍ଧ ମରଣ ବରଣ ।

(୩୩)

 

 

ଅବରଜ ଲଙ୍କଈଶ କରଣ ତକ୍ଷଣ

 

ଉଷଣ ଶବଦ ବହ ଅମର ବରଣ ।

(୩୪)

 

 

ଧନ ଦରଥର ପର ଗମନ ନଗର

 

ନରଇନ୍ଦ୍ର ପଦ ବହ ବନ୍ଦନ ଅମର ।

(୩୫)

 

 

ଉପଇନ୍ଦ୍ର ଅଘ ଭୟ ଉପଇନ୍ଦ୍ର ହର

 

ଜନମ ଜନମ କର ଭକତ ତବର ।

(୩୬)

 

 

ସମାପ୍ତ